Latest Odisha News

BREAKING NEWS

ପ୍ରିୟଙ୍କାଙ୍କ ପୂର୍ବରୁ ନିକ୍ ଜୋନ୍ସ ଖୋଲିଲେ ସବୁ ଗୁମର, ଅଧିକ ବୟସର ମହିଳାଙ୍କ ସହ ଡ଼େଟିଂ କରୁଥିବାର ଖବର…

ମୁମ୍ବାଇ : ବଲିଉଡ୍ ନାୟିକା ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ନାୟକ ନିକ୍ ଜୋନ୍ସଙ୍କ ପ୍ରେମ କାହାଣୀ ଏବେ ବେଶ୍ ଚର୍ଚ୍ଚାରେ । ଦୁହେଁ ଭାରତରେ ହେଉ କି ବିଦେଶରେ ଯେଉଁଠି ବି ଡ଼େଟିଂରେ ଥାଆନ୍ତି ତାହାର ଖବର ପ୍ରିୟଙ୍କା ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନମାନଙ୍କୁ ଜଣାଇ ଥାଆନ୍ତି । କିନ୍ତୁ ଏବେ ସାମ୍ବାଦିକଙ୍କ ପ୍ରଶ୍ନରେ ଟିଭି ସାମ୍ନାରେ ନିକ୍ ଖୋଲିଛନ୍ତି ନିଜର କିଛି ଲୁଚାଛପା କଥା । ଏହି କଥା କିନ୍ତୁ ପ୍ରିୟଙ୍କାଙ୍କୁ ବାଧିନି ବରଂ ପ୍ରିୟଙ୍କା ତାଙ୍କର ଚିରାଚରିତ ଲାଜୁଆ ହସରେ ନିଜର ପ୍ରେମିକ ନିକ୍ଙ୍କ କଥାକୁ ସମର୍ଥନ କରିଛନ୍ତି ।

କଥାହେଲା ଏମିତି, ଗୋଟିଏ ପ୍ରସିଦ୍ଧ ଟିଭି ଶୋ’ରେ ନିକ୍ଙ୍କୁ ଟିଭି ସାମ୍ବାଦିକ ପ୍ରିୟଙ୍କା ତାଙ୍କଠୁ ବୟସରେ ୧୦ ବର୍ଷ ବଡ଼ ବୋଲି କହିଦେଲେ । କିନ୍ତୁ ନିକ୍ ଛାଡ଼ିବାର ଲୋକ ନୁହଁନ୍ତି, ସେ କହିଲେ ମୁଁ ଡ଼େଟିଂରେ ମୋଠୁ ଅଧିକ ବୟସର ମହିଳାଙ୍କୁ ସାଥିରେ ନେବାକୁ ଭଲପାଏ । ପ୍ରିୟଙ୍କା ମୋଠୁ ମାତ୍ର ୧୦ ବର୍ଷ ବଡ଼, କିନ୍ତୁ ୨ ବର୍ଷ ପୂର୍ବରୁ ମୁଁ ଜଣେ ମହିଳାଙ୍କ ସହିତ ଡ଼େଟିଂରେ ଯାଇଥିଲି ଏବଂ ତାଙ୍କ ବୟସ ମୋଠୁ ୧୨ ବର୍ଷ ଅଧିକ ଥିଲା ।

ଖାଲି ସେତିକି ନୁହେଁ, ଜଣେ ୩୫ ବର୍ଷୀୟା ମହିଳାଙ୍କ ସହିତ ନିକ୍ ୫ ବର୍ଷ ପୂର୍ବରୁ ଯାଇଥିବା କଥା ମନେପକେଇ ଟିଭି ଆଗରେ ମଧ୍ୟ କହିଥିଲେ । ତେବେ ଯାହାବି ହେଉ ପ୍ରିୟଙ୍କା କିନ୍ତୁ ଏହି କଥାରେ ସବୁ ଡ଼ରିଯିବାର ଝିଅ ନୁହଁନ୍ତି ।

ନିକ୍ ଙ୍କ ଏହି କଥାକୁ ନେଇ ସାମ୍ବାଦିକମାନେ ପ୍ରିୟଙ୍କାଙ୍କୁ ପଚାରିବାରେ ନିଜସ୍ୱ ଅନ୍ଦାଜରେ ପ୍ରିୟଙ୍କା ଫିକ୍ କିନା ହସିଦେଇ ପ୍ରଶ୍ନକୁ ଆଡ଼େଇ ଯାଇଛନ୍ତି ।

ଦୁହିଁଙ୍କ ଲୁଚାଛପା ପ୍ରେମ କାହାଣୀକୁ ଦୁହେଁ ଏବେ ଖୋଲାଖୋଲି ସମର୍ଥନ କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.