Latest Odisha News

BREAKING NEWS

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଯୁବ ଗବେଷକ ଓ ନବପ୍ରବର୍ତ୍ତକଙ୍କ ବିଜ୍ଞାନ ମେଳା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଆରମ୍ଭ ହୋଇଥିବା ଆଇଆର୍ଆଇଏସ୍ ନ୍ୟାସ୍ନାଲ୍ ସାଇନ୍ସ ଫେୟାରରେ ସାଉଥ୍-ଇଷ୍ଟ ଇଣ୍ଡିଆ ରିଜିଓନାଲ୍ କ୍ୟାମ୍ପରେ ଭିନ୍ନ ଧରଣର ଏକ ମେସିନ୍ ପ୍ରଦର୍ଶିତ ହୋଇଛି ।

କେମିତି ହୁଅନ୍ତା ଏମିତି କୋ÷ଣସି ମେସିନ୍ ମଣିଷକୁ ମନେ ପକାଇଦିଅନ୍ତା ଯେ ଠିକ୍ ସମୟରେ ମେଡିସିନ୍ ଖାଅ ଏବଂ ପ୍ରକୃତ ଔଷଧ ଖାଇବାରେ ସାହାଯ୍ୟ କରନ୍ତା ଏବଂ ଔଷଧ ସେବନ କରୁଥିବା ବ୍ୟକ୍ତିଟିକୁ ଖୁବ୍ ଶୀଘ୍ର ଭଲ ହେଇଯିବା ପାଇଁ ଆଶ୍ୱାସନା ଦିଅନ୍ତା ।

ବୃଦ୍ଧାବସ୍ଥାରେ ମଣିଷ ଯେତେବେଳେ ନିଜ ଜୀବନ ଏକାକୀ ଅତିବାହିତ କରୁଥାଏ ସେତେବେଳେ ଏଭଳି ମେସିନ୍ ଖୁବ୍ ସାହାଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଏ ।

ଯେତେବେଳେ ବହୁ ସଂଖ୍ୟାରେ ଅଧିକ ବୟସର ବ୍ୟକ୍ତିମାନେ ଏକୁଟିଆ ରହୁଛନ୍ତି ଏବଂ କାହାର ସାହାଯ୍ୟର ଆବଶ୍ୟକତା ସେମାନେ ଚାହୁଁଛନ୍ତ,ି ସେମାନଙ୍କ ପାଇଁ ଏଭଳି ଇନୋଭେସନ୍ ଜରୁରୀ ବୋଲି କହିଛନ୍ତି ଦିଲ୍ଲୀ ପବ୍ଲିକ ସ୍କୁଲ୍ ଏନ୍ଟିପିସି, କୋର୍ବା, ଛତିଶଗଡର ଛାତ୍ରୀ ଅନ୍ୱେଷା ସେନ୍ଗୁପ୍ତା୧୦ମ ଶ୍ରେଣୀ ଛାତ୍ରୀ ଅନ୍ୱେଷା ଏହି ମେସିନ୍ଟକୁ ତିଆରି କରିଛନ୍ତି ।
ଏହି ରିଜିଓନାଲ୍ କ୍ୟାମ୍ପରେ ଯୁବ ବିଜ୍ଞାନୀଙ୍କ ଦ୍ୱାରା ୧୪ଟି ଇନୋଭେସନ୍ ପ୍ରଦର୍ଶିତ ହୋଇଥିବା ବେଳେ ଏଥିମଧ୍ୟରେ ମେଡିସିନ୍ ଏଟିଏମ୍, ଅଟୋମାଟିକ୍ ପ୍ଲଇଙ୍ଗ ମେସିନ୍ ଓ ଅଟୋମାଟିକ୍ ଫାୟାର୍ ପ୍ରିଭେନ୍ସନ୍ ସିକ୍ୟୁରିଟି ସିଷ୍ଟମ୍ ଇନ୍ ଭେଇକଲ୍ସ ଅର୍ନ୍ତଭୁକ୍ତ ରହିଛି ।

ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର କନିକା ହାଇସ୍କୁଲ୍ର ଛାତ୍ର ସବ୍ୟସାଚୀ ପାଣ୍ଡେ ଗର୍ବର ସହିତ ସେ ଡେଭ୍ଲପ୍ କରାଇଥିବା ମେଡିସିନ୍ ଏଟିଏମ୍ଟି କିଭଳି ଭାବେ କାର୍ଯ୍ୟକ୍ଷମ ହୋଇପାରୁଛି ସେ ନେଇ ବୁଝାଇଥିଲେ । ଡାକ୍ତର ଦେଇଥିବା ଡିଜିଟାଲ୍ ପ୍ରେସ୍କ୍ରିପ୍ସନ୍ ଏଟିଏମ୍ରେ ବ୍ୟବହାର କଲେ ଉପଯୁକ୍ତ ଔଷଧ ମିଳିପାରିବ । ବାର୍କୋର୍ଡ ସ୍କାନର ଜରିଆରେ ଏଟିଏମ୍ ପ୍ରେସ୍କ୍ରିପ୍ସନ୍କୁ ପରୀକ୍ଷା କରିବା ସହ ପ୍ରକୃତ ଔଷଧ ଯୋଗାଇଦିଆପାରିବ । ବର୍ତମାନ କେହି ଗହଳିପୂର୍ଣ୍ଣ ମେଡିସିନ୍ ଦୋକାନରେ ଛିଡା ହେବାକୁ ଚାହୁଁନାହାନ୍ତି । ତେଣୁ ଏଭଳି ଏଟିଏମ୍ ଦ୍ୱାରା ସମୟ ନଷ୍ଟ ନ କରି ଲୋକେ ସାହାଯ୍ୟ ପାଇପାରିବେ ବୋଲି ସବ୍ୟସାଚୀ କହିଛନ୍ତି ।

ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, କର୍ଣ୍ଣାଟକ, ପଶ୍ଚମବଂଗ, ଛତିଶଗଡ଼ ଏବଂ ଓଡ଼ିଶାରୁ ଆସିଥିବା ଇନୋଭେଟିଭ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ୧୪ଟି ଟିମ୍ ଗଠିତ ହୋଇଥିବା ବେଳେ ଏହି ଟିମ୍ ଗୁଡ଼ିକ ବିଜ୍ଞାନମେଳାରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ଏହି ବିଜ୍ଞାନମେଳାକୁ ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଉଦ୍ଘାଟନ କରିଛନ୍ତି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଇଲେକ୍ଟିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କୋଲକାତା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଅମଲ୍କାନ୍ତି ପଲ୍ ଏବଂ ଆଇଆଇଟି ରୁର୍କିର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର କୋ÷ଶିକ୍ ପାଲ୍ ଏହି ବିଜ୍ଞାନମେଳାରେ ଯୁବବିଜ୍ଞାନୀମାନଙ୍କର ମେଂଟର୍ ଭାବେ ଯୋଗ ଦେଇଥିଲେ ।

ଏହି ମେଂଟରସିପ୍ କ୍ୟାମ୍ପ ଇନିସିଏଟିଭ୍ ଫର୍ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ (ଆଇଆର୍ଆଇଏସ୍) ନ୍ୟାସ୍ନାଲ୍ ସାଇନ୍ସ ଫେୟାର ଅଧିନରେ ଆରମ୍ଭ ହୋଇଥିବା ବେଳେ ଡିପାର୍ଟମେଂଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଇଣ୍ଡୋ ୟୁଏସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଫୋରମ୍ ଏବଂ ଇଂଟେଲ୍ ମିଳିତ ସହଯୋଗରେ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ଟିମ୍ର ପ୍ରଦର୍ଶନ, ମେଂଟରସିପ୍ ସେସନ୍, ଇଂଟରଆକ୍ଟିଭ୍ ୱାର୍କସପ୍ ଏବଂ କ୍ୟାମ୍ପସ୍ ଟୁର୍ ମଧ୍ୟ ଅର୍ନ୍ତଭୁକ୍ତ ରହିଛି ।

ଆଇଆରଆଇଏସ୍ ନ୍ୟାସ୍ନାଲ୍ ସାଇନ୍ସ ଫେୟାରର ବିଜେତାମାନେ ପ୍ରତ୍ୟେକ ବର୍ଷ ଆମେରିକାରେ ଆୟୋଜିତ ବିଶ୍ୱସ୍ତରୀୟ ଇଂଟେଲ୍ ଇଂଟରନ୍ୟାସ୍ନାଲ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଫେୟାର୍ (ଆଇଏସ୍ଇଏଫ୍) ଠାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥାନ୍ତି ବୋଲି ପ୍ରଫେସର ରେଣୁ ଶର୍ମା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.