Latest Odisha News

BREAKING NEWS

ଧୁମଧାମରେ ସ୍ୱାମୀଙ୍କ ଜନ୍ମଦିନ ପାଳିଲେ ଦେଶୀ ଗାର୍ଲ, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତିଭା ବଲିଉଡରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଛି। ଏହା ସହିତ ସେ ତାଙ୍କ ସ୍ୱାମୀ ନିକଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ନିକଟରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକଙ୍କ ପାଇଁ ବହୁତ ସୁନ୍ଦର ଏବଂ ବିଳାସପୂର୍ଣ୍ଣ ପାର୍ଟିର ଆୟୋଜନ କରିଥିଲେ। ଯେଉଁଠାରେ ତାଙ୍କର ସାଙ୍ଗ ଏବଂ ପରିବାର ମଧ୍ୟ ଉପସ୍ଥିତ ଥିଲେ। ପ୍ରିୟଙ୍କା ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଜନ୍ମଦିନର କିଛି ଝଲକ ସେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକ ପ୍ରିୟଙ୍କା ଏବଂ ନିକଙ୍କୁ ବହୁତ ପ୍ରଶଂସା କରିଛନ୍ତି।

ଆପଣଙ୍କୁ କହି ରଖୁଛୁ ଯେ, ନିକ ଜୋନସଙ୍କ ଜନ୍ମଦିନ ସେପ୍ଟେମ୍ବର ୧୬ ତାରିଖରେ ଥିଲା। ପ୍ରିୟଙ୍କା ନିକଙ୍କ ଜନ୍ମଦିନର ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ଭିଡିଓରେ ପ୍ରିୟଙ୍କା ନିକଙ୍କ ସହ ରୋମାଣ୍ଟିକ ହେଉଛନ୍ତି ଏବଂ ତାଙ୍କ ସହ ଠିଆ ହୋଇଥିବାର ନଜର ଆସିଛନ୍ତି। ଅନ୍ୟପକ୍ଷରେ, ଜନ୍ମଦିନର ଏହି ବିଶେଷ ଉତ୍ସବରେ ପରିବାର ସହିତ ଏପରି ପାର୍ଟି କରିବା ନିକ ବହୁତ ପସନ୍ଦ କରିଛନ୍ତି। ଏହି ସ୍ପେସିଆଲ ପାର୍ଟି ପାଇଁ ସେ ପ୍ରିୟଙ୍କାଙ୍କୁ ବାରମ୍ବାର ଧନ୍ୟବାଦ ଦେଉଛନ୍ତି।

ପ୍ରିୟଙ୍କା ଏହି ସୁନ୍ଦର ଭିଡିଓ ସେୟାର କରିବା ସହିତ ସେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମୋର ପ୍ରିୟ, ତୁମ ଜୀବନରେ ସବୁବେଳେ ଖୁସିରେ ରୁହ। ସବୁବେଳେ ହସୁଥାଅ। ମୁଁ ତୁମକୁ ଭଲ ପାଏ ନିକ, ମୁଁ ମୋ ସ୍ୱାମୀଙ୍କ ଜନ୍ମଦିନ ଭୁଲି ପାରିବି ନାହିଁ, ଏହା ପ୍ରକୃତରେ ସ୍ମରଣୀୟ।’ ପରିବାର ଏବଂ ସାଙ୍ଗମାନେ ମିଶି ବହୁତ ଖୁସି ମନାଇଥିଲେ। ଏହା ସହିତ ସେ ସମସ୍ତଙ୍କୁ ଧନ୍ୟବାଦ ଦେଉଥିବାର ମଧ୍ୟ ଦେଖାଯାଇଛି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକ ବହୁତ ଭଲ ପ୍ରତିକ୍ରିୟା ଦେଇଛନ୍ତି।

Comments are closed.