Latest Odisha News

BREAKING NEWS

ନିକ୍‌ଙ୍କ ସହ ସୁଖ ଦାମ୍ପତ୍ୟ ଜୀବନର ରହସ୍ୟ ଖୋଲିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା ଏବଂ ପତି ନିକ୍‌ଙ୍କ ଯୋଡି ବେଶ୍‌ ଲୋକପ୍ରିୟ। ତେବେ ଆମେରିକୀୟ ଗାୟକ-ଅଭିନେତା ନିକ ଜୋନାସଙ୍କୁ ବିବାହ କରିଥିବା ପ୍ରିୟଙ୍କା ଚୋପ୍ରା ଏକ ସୁଖମୟ ଦାମ୍ପତ୍ୟ ଜୀବନର ରାଜ୍‌ ଖୋଲିଛନ୍ତି।

ଏ ନେଇ ପ୍ରିୟଙ୍କା କହିଛନ୍ତି ‌ଯେ ମୋର ବିବାହକୁ ମାତ୍ର ୨ ବର୍ଷ ହୋଇଛି, ମୋ ପାଖରେ ଏତେ ଅଭିଜ୍ଞତା ନାହିଁ। କିନ୍ତୁ “ମୋ କହିବାନୁସାରେ ଆମ ସୁଖ ଦାମ୍ପତ୍ୟ ଜୀବନ ରହସ୍ୟ ହେଉଛି ବାର୍ତ୍ତାଳାପ। ସମୟ ମିଳିଲେ ଏକାଠି ବସୁ, ପରସ୍ପର ସହିତ କଥାବାର୍ତ୍ତା କରୁ, ପରସ୍ପର ସହିତ ସମୟ ବିତାଉ ଏବଂ ଏହାକୁ ଉପଭୋଗ ବି କରୁ। ମୁଁ ଭାବୁଛି ଏହା ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ ବୋଲି କହିଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କା ଏବଂ ନିକ୍‌ଙ୍କର ପ୍ରଥମେ ୨୦୧୭ରେ ଭ୍ୟାନିଟି ଫେୟାର ଓସ୍କାରରେ ସାକ୍ଷାତ ହୋଇଥିଲା। କିଛିଦିନର ଡେଟିଂ ପରେ ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ବିବାହ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.