Latest Odisha News

BREAKING NEWS

ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ 

କେନ୍ଦୁଝର:ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ । ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ଏହି ସମୟରେ ଜାତୀୟ ରାଜପଥର ସମ୍ପୂର୍ଣ୍ଣିକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ, ଓ ମେଗା ପାନୀୟ ଜଳ ପ୍ରକଳ୍ପ ଆଦିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଗତକାଲି ଘଟଗାଁରେ ସେ ତାରିଣୀ ଦର୍ଶନ ସାରି ସନ୍ଧ୍ୟାରେ କେନ୍ଦୁଝରରେ ପହଞ୍ଚିଥିଲେ। ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ହଲ୍ ଠାରେ ଜିଲ୍ଲାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୟରେ ମୁଖ୍ୟତଃ ଜାତୀୟ ରାଜପଥର ସମ୍ପୂର୍ଣ୍ଣୀକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ, ଓ ମେଗା ପାନୀୟ ଜଳ ପ୍ରକଳ୍ପ ଆଦିର ସମୀକ୍ଷା କରିଛନ୍ତି । 

ବୈଠକ ପରେ ମେଡିକାଲ କଲେଜ ନିର୍ମାଣର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଏହାସହ ଆଗାମୀ ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ  ସୂଚନା ଦେଇଛନ୍ତି । ଏହାସହ ସେ ଜିଲ୍ଲାର ଡିଏମଏଫ ଓ ଓମ୍ଵାଡସି ଅର୍ଥରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.