ଲକ୍ଷ୍ନୌ: ଘର ଝାଡୁ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ହାତରେ ଜାଡୁ ଧରି ରୁମ୍ ସଫା କରୁଥିବା ନଜର ଆସିଛି । ଉତ୍ତରପ୍ରଦେଶ ପୋଲିସ ଯେଉଁ ଘରେ ତାଙ୍କୁ ଗୃହବନ୍ଦୀ କରି ରଖିଛି ସେହି ଘରକୁ ସେ ଝାଡୁ ମାରି ସଫା କରୁଥିବା ଦେଖିବାକୁ ମିଳିଛି ।
ଝାଡୁ ମାରିବା ପରେ ଚଟାଣରେ ବସିଥିବା ନଜର ଆସିଛନ୍ତି । କଂଗ୍ରେସ କହିଛି ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଥିବା ଘର ଅପରିସ୍କାର ଥିଲା । ତାକୁ ନିଜେ ସଫା କରିଛନ୍ତି ପ୍ରିୟଙ୍କା ଗାନ୍ଧି । ତାଙ୍କୁ ଅଟକକୁ ବିରୋଧ କରିଛି କଂଗ୍ରେସ । ଦଳୀୟ ନେତା ଓ କର୍ମୀ ଗେଷ୍ଟ ହାଉସ୍ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ये अनशन है- अन्नदाता के अधिकार के लिए, संवैधानिक अधिकारों की रक्षा के लिए।
भाजपाई हुकूमत हमारे लोकतांत्रिक व संवैधानिक अधिकारों को नहीं कुचल सकती।
गाँधीजी के पथ पर चलते हुए अधिकारों की लड़ाई जारी रहेगी। #KhooniDarpokBJP#लखीमपुर_किसान_नरसंहार pic.twitter.com/qrO636YHrq
— Congress (@INCIndia) October 4, 2021
ଲକ୍ଷ୍ମୀପୁରରେ ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି କିଛି କୃଷକ । ସେମାନଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଗତକାଲି ରାତିରେ ବାହାରିଥିଲେ ପ୍ରିୟଙ୍କା ଗାନ୍ଧି । ବାଟରେ ସୀତାପୁରରେ ତାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ । ତାଙ୍କୁ ସେଠାକାର ଗୋଟିଏ ଗେଷ୍ଟ ହାଉସରେ ଗୃହବନ୍ଦୀ କରି ରଖାଯାଇଛି ।
Comments are closed.