Latest Odisha News

BREAKING NEWS

ପୂର୍ବତନ ଅବକାରୀ ମନ୍ତ୍ରୀଙ୍କୁ ବାନ୍ଧିଲା ଇଡି

ରାଏପୁର: ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି । ମଦ ଦୁର୍ନୀତି ମାମଲାରେ ଦୀର୍ଘ ଦିନର ପଚରାଉଚରା ପରେ ଆଜି ଇଡି କୱାସି ଲଖମାଙ୍କୁ ଗିରଫ କରିଛି । ଏହାକୁ ନେଇ ଅଧିକାରୀମାନେ କହିଛନ୍ତି ଯେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶେଷଥର ପାଇଁ ଛତିଶଗଡ଼ର କଂଗ୍ରେସ ବିଧାୟକ ତଥା ପୂର୍ବତନ ଅବକାରୀ ମନ୍ତ୍ରୀ କୱାସି ଲଖମାଙ୍କୁ ପଚରାଉଚରା ଜାରି କରିଥିଲେ । ପଚରାଉଚରା ପରେ ଗତକାଲି ମଦ ଦୁର୍ନୀତିରେ ତାଙ୍କୁ ଇଡି ଗିରଫ କରିଛି ।

ଅନ୍ୟପଟେ ଏହାକୁ ଦୃଢ ନିନ୍ଦା କରିଛନ୍ତି କଓ୍ବାସି । ତାଙ୍କୁ ମଦ ଦୁର୍ନୀତି ମାମଲାରେ ମିଛରେ ଫସାଇ ଦିଆଯାଇଛି ବୋଲି ସେ ଯୁକ୍ତି ବାଢିଛନ୍ତି ।  ତେବେ ମଦ ଦୁର୍ନୀତି ଉପରୁ ପରଦା ହଟିବା ବେଳେ କଓ୍ବାସୀ ଲଖମା ସେତେବେଳେ କଂଗ୍ରେସ ସରକାରରେ ଅବକାରୀ ବିଭାଗର ମନ୍ତ୍ରୀ ଥିଲେ । ୨ହଜାର କୋଟି ରୁ ଅଧିକ ଟଙ୍କାର ଛତିଶଗଡ଼ ମଦ ଦୁର୍ନୀତିର ତଦନ୍ତ ବର୍ତ୍ତମାନ ଇଡି ତଦନ୍ତ କରୁଥିବା ବେଳେ ଏହି ମାମଲାରେ ଅନେକ ଅଭିଯୁକ୍ତ ଏବେ ଜେଲରେ ରହିଛନ୍ତି । ଆଉ ଏବେ ପୂର୍ବତନ ଅବକାରୀ ମନ୍ତ୍ରୀଙ୍କୁ ବାନ୍ଧିଛି ଇଡି ।

ତେବେ ୨୦୧୯ରେ ମଦ ଦୁର୍ନୀତିରେ ଛତିଶଗଡ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ଯାହାକୁ ନେଇ କିଛି ଠୋସ୍ ସୂଚନା ଇଡି ହାତେ ଲାଗିଥିବା ବେଳେ ଏନେଇ ତନାଘନା ଆରମ୍ଭ କରିଥିଲା ଇଡି ।  ଖାଲି ସେତିକି ନୁହେଁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ନକଲି ହୋଲୋଗ୍ରାମ ଲଗାଇ ବିପୁଳ ପରିମାଣରେ ବେଆଇନ ମଦ ବିକ୍ରି କରିଚାଲିଥିଲେ । ଯେଉଁଥିରେ ଛତିଶଗଡ଼ର ରାଜସ୍ୱ ବିଭାଗକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଯାହାକୁ ନେଇ ଗତବର୍ଷ ଡିସେମ୍ବର ୨୮ରେ ଇଡି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଏଥିରେ ପୂର୍ବତନ ଅବକାରୀ ମନ୍ତ୍ରୀ କଓ୍ବାସୀଙ୍କ ଲିଙ୍କ ମଧ୍ୟ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.