ନୂଆଦିଲ୍ଲୀ: ଆପଣମାନେ ଅନେକ ଲୋକଙ୍କୁ ଘରେ ପଶୁ ପକ୍ଷୀ ରଖୁଥିବାର ଏବଂ ସେମାନଙ୍କର ଯତ୍ନ ନେଉଥିବାର ଦେଖିଥିବେ । କିନ୍ତୁ ଜଣେ ମହିଳା ନିଜ ପୋଷା କୁକୁରର ଜନ୍ମଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଖବର ସୋସିଆଲମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଯେ କେବଳ ୪୦ ହଜାର ଟଙ୍କା ମୂଲ୍ୟର ଏକ କେକ୍ ଅଣାଯାଇଥିଲା, ଏହା ସହ ଅନ୍ୟାନ୍ୟ ଅନେକ ବ୍ୟବସ୍ଥା କରାଯାଇଥିଲା,ପୋଷା କୁକୁରର ଜନ୍ମଦିନରେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ମହିଳା ଜଣକ ଖର୍ଚ୍ଚ କରିଛନ୍ତି । ଯାହାକୁ ଦେଖି ଲୋକେ ତାଜୁବ ହୋଇଛନ୍ତି ।
ମହିଳା ଜଣକ କୁକୁର ପାଇଁ ୪୦ହଜାର ଟଙ୍କା ମୂଲ୍ୟର ଏକ କେକ୍ କାଟି ତିନିଶ ଲୋକଙ୍କ ପାଇଁ ବିଳାସପୂର୍ଣ୍ଣ ଖାଦ୍ୟ ଭୋଜିର ଆୟୋଜନ କରିଥିଲେ। ମହିଳା ଏହି ପାର୍ଟି ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପାଇଥିଲେ ଏବଂ ଏକ ଡିଜେ ନାଇଟର ବି ବ୍ୟବସ୍ଥା ମଧ୍ୟ କରିଥିଲେ ।
ସେ ମହିଳାଙ୍କ ନାମ ସପନା, ସେ ଝାଡଖଣ୍ଡର ଜାମସେଦପୁରର ବାସିନ୍ଦା ଅଟନ୍ତି । ସେ ଜଣେ ସାମାଜିକ କର୍ମୀ ଏବଂ କୁକୁରମାନଙ୍କ ପ୍ରତି ତାଙ୍କର ବିଶେଷ ପ୍ରେମ ରଖନ୍ତି । ନିଜର ପୋଷା କୁକୁରର ଜନ୍ମଦିନ ପାଳନ ଅବସରରେ ସେ ଜୁଗସଲାଇ ଥାନା ଅନ୍ତର୍ଗତ ଆନ୍ତଦୋୟ ଭବନ କମ୍ପ୍ଲେକ୍ସ ନିକଟରେ ପ୍ରାୟ ଦୁଇ ଲକ୍ଷ ଟଙ୍କା ବ୍ୟୟରେ କୋଡିଏଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ବି ଲଗାଇଛନ୍ତି । କରିଛନ୍ତି। କେବଳ ଏତିକି ନୁହେଁ, ସେ ସିଂଗଲ ମାଆ ଅମନ୍ତି ଏବଂ କୁକୁରକୁ ନିଜ ପିଲା ଭଳି ଭାବନ୍ତି । ସପନା ତାଙ୍କର ପୋଷା କୁକୁରର ପ୍ରତ୍ୟେକ ଜନ୍ମଦିନରେ ଏହିପରି ସମାଜ ସେବା କରନ୍ତି ।
Comments are closed.