Latest Odisha News

ରାୟଗଡ଼ାରେ ବିଷାକ୍ତ ମଦପିଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ; ଜିଲ୍ଲା ପ୍ରଶାସନର ତଦନ୍ତ ନିର୍ଦ୍ଦେଶ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କଟାଗୁଡ଼ା ଗ୍ରାମରେ ବିଷାକ୍ତ ମଦ୍ୟପାନ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ୨୦ ଜଣ ଗ୍ରାମବାସୀ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଶନିବାର ଦିନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମିଳିତ ଦଳ କଟାଗୁଡ଼ା ଗ୍ରାମକୁ ପରିଦର୍ଶନରେ ଯାଇଛନ୍ତି । ଏହି ମଦ କେଉଁଠୁ ଆସିଛି ଏବଂ କିଏ ଏହା ଏଠାରେ ବଣ୍ଟନ କରିଛି ତାହାର ତଦନ୍ତ କରିବେ ଏହି ଟିମ୍ ।

ତେବେ ସଦ୍ୟତମ ଖବର ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମସ୍ତ ଅସୁସ୍ଥ ମାନଙ୍କ ମଧ୍ୟରୁ ୧୫ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସଙ୍କଟାପନ୍ନ ରହିଛି । ଅନ୍ୟ ୫ ଜଣ ଅସୁସ୍ଥ ବ୍ୟକ୍ତିଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।

Comments are closed.