Latest Odisha News

BREAKING NEWS

ବୀର ସାୱରକରଙ୍କ ଜୀବନୀ ଉପରେ ଫିଲ୍ମ, ନିର୍ଦ୍ଦେଶନା ଦେବେ ମହେଶ ମଂଞ୍ଜ୍ରେକର

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ବୀର ସାୱରକରଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ପ୍ରଡ୍ୟୁସର ସନ୍ଦୀପ ସିଂ । ସାୱରକର ଜନ୍ମଦିନରେ ସେ ଏହା ଘୋଷଣା କରିଛନ୍ତି । ଫିଲ୍ମର ନାମ ସ୍ୱତନ୍ତ୍ର ବୀର ସାୱରକର ରହିଛି । ମହେଶ ମଞ୍ଜ୍ରେକରଙ୍କୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଫିଲ୍ମର ଶୁଟିଂ ଲଣ୍ଡନ ଏବଂ ଆଣ୍ଡାମାନ ନିକୋବରରେ ହେବ ବୋଲି ସନ୍ଦୀପ କହିଛନ୍ତି ।

ଅମିତ ବାଧବାନୀ ମଧ୍ୟ ସନ୍ଦୀପଙ୍କ ଫିଲ୍ମରେ ଫାଇନାନ୍ସ କରିବେ ବୋଲି ଘୋଷଣା କରିଛନ୍ତି । ବୀର ସାୱରକରଙ୍କ ଜୀବନୀ ସମଗ୍ର ଭାରତ ଜାଣିବା ଉଚିତ । ଭାରତୀୟ ଇତିହାସରେ ତାଙ୍କୁ ଯେଉଁ ସମ୍ମାନ ମିଳିବା କଥା ତାହା ସେ ପାଇ ନାହାନ୍ତି । ପ୍ରଡ୍ୟୁସର ଭାବେ ମୁଁ ଜାଣିଛି ଏହି ଫିଲ୍ମ ପାଇଁ ମୋତେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ, ମାତ୍ର ମୁଁ ପ୍ରସ୍ତୁତ ବୋଲି ସନ୍ଦୀପ କହିଛନ୍ତି ।

Leave A Reply

Your email address will not be published.