Latest Odisha News

BREAKING NEWS

ଏହି ଦେଶରେ ଜୁନ୍‌ ୭ରୁ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଜର୍ମାନୀର ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି ଯେ ଜୁନ୍ ୭ ରୁ କୋଭିଡ-୧୯ ବିରୋଧରେ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ସେ କହିଛନ୍ତି ଯେ ଟିକାକରଣ ବାଧ୍ୟତାମୂଳକ କରାଯିବ ନାହିଁ।

ଜର୍ମାନୀର ଆଞ୍ଚଳିକ ନେତାଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ ୧୨ ବର୍ଷରୁ ଅଧିକ ବୟସର ପିଲା ଏବଂ ଯୁବକମାନେ ଜୁନ୍ ୭ ରୁ ଟିକା ଲାଗି ସ୍ଲଟ୍‌ ବୁକ୍ କରିବାର ସୁଯୋଗ ପାଇବେ।

ଅଗଷ୍ଟ ଶେଷ ସୁଦ୍ଧା ଦୁଇଟିଯାକ ଡୋଜ୍‌ ଦିଆଯିବ। ରିପୋର୍ଟ ଅନୁଯାୟୀ ଟିକାକରଣ କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍କୁଲ ଯିବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଏହାସହିତ ସେ ପିତାମାତାଙ୍କୁ ଟିକାକରଣ ପାଇଁ ପିଲାମାନଙ୍କୁ ବାଧ୍ୟ ନକରିବାକୁ ସେ କହିଛନ୍ତି।

Leave A Reply

Your email address will not be published.