Latest Odisha News

BREAKING NEWS

ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଭାସୁ ଭଗନାନୀ ଏବଂ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ମଧ୍ୟରେ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ଭାସୁ ଭଗନାନୀ ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି। ସେପଟେ ନେଟଫ୍ଲିକ୍ସ ମଧ୍ୟ ଭାସୁଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛି।

ଭାସୁ ଭଗନାନୀଙ୍କ କମ୍ପାନୀ ପୂଜା ଏଣ୍ଟରଟେନମେଣ୍ଟ ନେଟଫ୍ଲିକ୍ସ, ଲସ୍ ଗାଟୋସ୍ ପ୍ରଡକ୍ସନ୍ ସର୍ଭିସ ଇଣ୍ଡିଆ ଏବଂ ଜୁ ଡିଜିଟାଲ୍ ସମେତ ୧୦ ଏଜୁକ୍ୟୁଟିଭଙ୍କ ବିରୋଧରେ ଅଭିଯୋଗ ଲଗାଇଛନ୍ତି। ଲସ୍ ଗାଟୋସ୍ ପ୍ରଡକ୍ସନ ସର୍ଭିସ ଇଣ୍ଡିଆ କମ୍ପାନୀ ଏବଂ ନେଟଫ୍ଲିକ୍ସର ଭାରତୀୟ କଣ୍ଟେଣ୍ଟକୁ ପରିଚାଳନା କରିଥାଏ।

ଭାସୁ ଭଗନାନୀ ଅଭିଯୋଗରେ କହିଛନ୍ତି ଯେ ତାଙ୍କର ୩ ଚଳଚ୍ଚିତ୍ର ‘ହିରୋ ନମ୍ବର ୱାନ୍’, ‘ମିଶନ୍ ରାନିଗଞ୍ଜ’ ଏବଂ ‘ବଡେ ମିୟାଁ ଛୋଟେ ମିୟାଁ’ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଛି। ଷ୍ଟ୍ରିମିଂ ରାଇଟ୍ସ ପାଇଁ ନେଟଫ୍ଲିକ୍ସ ଏପର୍ଯ୍ୟନ୍ତ ୪୭.୩୭ କୋଟି ଟଙ୍କା ଦେଇ ନାହିଁ।

ତେବେ ଏହାକୁ ନେଇ ନେଟଫ୍ଲିକ୍ସର ପ୍ରତିକ୍ରିୟା ମଧ୍ୟ ଆସିଛି। ଏଥିରେ କୁହାଯାଇଛି ଯେ ଏହି ଅଭିଯୋଗଗୁଡ଼ିକ ଭିତ୍ତିହୀନ। ଅପରପକ୍ଷେ OTT ପ୍ଲାଟଫର୍ମ ଅଭିଯୋଗ କରିଛି ଯେ ପୂଜା ଏଣ୍ଟରଟେନମେଣ୍ଟ ଓଲଟା ନେଟଫ୍ଲିକ୍ସକୁ ଟଙ୍କା ଦେଇନି। ସେ ଟଙ୍କା ବକେୟା ରଖିଛି।ଅପରପକ୍ଷରେ ଏହି ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.