Latest Odisha News

BREAKING NEWS

ପାରାଦୀପରେ ଉଦଘାଟିତ ହେଲା ପ୍ରଡ଼କ୍ଟ ଆପ୍ଲିକେସନ ଓ ଡେଭଲପମେଣ୍ଟ୍ ସେଣ୍ଟର୍‌

ପାରାଦୀପ: ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସହିତ ଅନ୍ୟ ଦେଶ ପ୍ରତି ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବୈପ୍ଳବିକ ପଦକ୍ଷେପ ଆଣିବା ଲାଗି ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ପାରାଦୀପରେ ଉଦଘାଟିତ ହୋଇଯାଇଛି ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପମେଣ୍ଟ୍  ସେଣ୍ଟର (ପିଏଡିସି)।

୫ ଏକର ପରିମିତ ଅଞ୍ଚଳରେ ୪୩ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାରାଦୀପ ଆଇଓସିଏଲରୁ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଘରର ବ୍ୟବହାର ଉପଯୋଗୀ ସାମଗ୍ରୀ ତିଆରି କରିବା ସହିତ ଓଡିଶାର ଯୁବ ଗୋଷ୍ଠୀ ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟକୁ ନିର୍ଭରଶୀଳ କରିବାର ସୁଯୋଗ ସୃଷ୍ଟି କରିପାରିବେ। ଆଜି ଏହି ପ୍ରକଳ୍ପକୁ ଦିନ ୧୧ ଟାରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ପରେ ଏହାର ସ୍ୱତନ୍ତ୍ର କାର୍ଯ୍ୟାଳୟରେ ଆଇଓସିଏଲର ମୁଖ୍ୟ ନିର୍ଦ୍ଦେଶକ  ଟିଡିଭିଏସ ଗୋପାଲକ୍ରିଷ୍ନା ପହଞ୍ଚି ଉଦଘାଟିତ ଫଳକକୁ ଅନାବରଣ କରିଥିଲେ।

ଏହି କାର୍ଯ୍ୟାଳୟରେ ଯୁବ ଉଦ୍ୟୋଗୀଙ୍କୁ ସମସ୍ତ ପ୍ରକାର ଟେକ୍ନୋଲୋଜିର ସୁବିଧା ସହିତ ଆର୍ଥିକ ସମସ୍ୟା ସମାଧାନ ବାଟ ଦେଖାଇବା ପାଇଁ ସ୍ୱତନ୍ତ୍ର ଟ୍ରେନିଂ ପ୍ରାପ୍ତ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଯାହା ଆଗାମୀ ଦିନରେ ସାରା ଭାରତ ବର୍ଷରେ ନିଯୁକ୍ତି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଇଓସିଏଲ ର ମୁଖ୍ୟ ନିର୍ଦେଶ ପ୍ରକାଶ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଆଇଓସିଏଲର କର୍ପୋରେଟ କମ୍ୟୁନିକେସନ ର ଚିଫ୍ ମ୍ୟାନେଜର ଏସ ଏସ ପାତ୍ରଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.