ପୁରୀ: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀରେ ଜାରି ରହିଛି ବିରୋଧ । ଆଜି ପୁରୀ ଜିଲ୍ଲା ଓ ନଗର ବିଜୁ ଜନତା ଦଳ ପକ୍ଷରୁ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ଦଳୀୟ ନେତା ଓ କର୍ମୀ ମେଡିକାଲ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଟାଉନ ଥାନା ନିକଟରେ ପହଞ୍ଚିଥିଲେ । ଟାଉନ୍ ଥାନା ଆଗରେ ଲେଖାଶ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ । ପରେ ତାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଲେଖାଶ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛି ପୁରୀ ଜିଲ୍ଲା ଓ ନଗର ବିଜେଡି । ଭୁଲ ପାଇଁ ଶ୍ରୀକ୍ଷେତ୍ରବାସୀଙ୍କୁ ସର୍ବସମୁଖରେ କ୍ଷମା ପ୍ରାଥନା ଦାବି କରାଯାଇଛି । ଗତକାଲି ଯୁବ କଂଗ୍ରେସ ଓ ଯୁବ ବିଜେଡି ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଥିଲା ।
Comments are closed.