Latest Odisha News

BREAKING NEWS

ମୋ ଦଳ ମହାସଚିବଙ୍କ ଗିରଫକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋ ଦଳ ପକ୍ଷରୁ ଗଣ ସତ୍ୟାଗ୍ରହ । ରାଜ୍ୟର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଗିରଫ ପ୍ରତିବାଦରେ ମୋ ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଛି ଦଳ ।

ସୂଚନା ଅନୁସାରେ, ରାଜ୍ୟର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଓଡ଼ିଶା ପୋଲିସ ରାଜନୈତିକ ଉଦ୍ଦେଶ୍ୟ ରଖି ରାତିଅଧିଆ ଗିରଫ କରିଛି । ଶ୍ରୀ ପ୍ରଧାନଙ୍କ ନାମରେ ବିଭିନ୍ନ ମିଥ୍ୟା ମକଦ୍ଦମା ଦାୟର କରିଥିବା ଅଭିଯୋଗ କରିଛି ଦଳ । ଉଦ୍ଦେଶ୍ୟ ମୂଳକ ଭାବେ ବିଭିନ୍ନ ସଙ୍ଗୀନ ଦଫା ଶ୍ରୀ ପ୍ରଧାନଙ୍କ ନାମରେ ଶାସକ ଦଳର  ଇଙ୍ଗିତରେ ଲଗାଯାଇଥିବା କହିଛି ଦଳ । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ମୋ ଦଳ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନୀୟ ଟାଉନ ହଲ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ମୋ ଦଳର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଫାଟକ ସମ୍ମୁଖରେ ଗଣ ସତ୍ୟାଗ୍ରହରେ ବସି ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ।

ତେବେ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରୁଥିବା ରାଜନେତାଙ୍କ ବିରୁଦ୍ଧରେ ଲଗାଇଥିବା ଏହି ମାମଲା କେତେଦୂର ସତ୍ୟ ଓ ତଥ୍ୟ ଆଧାରିତ ଏହାକୁ ନିରପେକ୍ଷ ସଂସ୍ଥା ଦ୍ଵାରା ତଦନ୍ତ କରାଯାଇ ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ଓ ମୋ ଦଳର ମହା ସଚିବ ପ୍ରଦୀପ ପ୍ରଧାନଙ୍କ ନାମରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ସହିତ ନିସର୍ତ୍ତ ଖଲାସ କରିବାକୁ ନେଇ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ଦଳ ।

 

 

Leave A Reply

Your email address will not be published.