ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ରେ ବିସିବାସହ ପ୍ରତିବାଦ କରିଛନ୍ତି ଟ୍ରାକ୍ଟର ମାଲିକମାନେ । ଟ୍ରାକ୍ଟର ମାଲିକ ମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ ।
ଜିଲ୍ଲା ପ୍ରଶାସନ ଟ୍ରାକ୍ଟର ମାଲିକ ମାନଙ୍କୁ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ କରିଛି ସୁବର୍ଣ୍ଣପୁର ଟ୍ରାକ୍ଟର ମାଲିକ ସଂଘ । ପ୍ରଶାସନର ଏଭଳି କାର୍ଯ୍ୟକଳାପକୁ ନେଇ ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ନିନ୍ଦା କରିଛି । ଟ୍ରାକ୍ଟର ମାଲିକ ମାନେ ବିଭିନ୍ନ ସମୟରେ ପ୍ରଶାସନର ଆକ୍ରୋଶର ଶିକାର ହେଉଥିବା ନେଇ ସଂଘ ପକ୍ଷରୁ ଆଜି ଅନ୍ଦୋଳନ କରିବାକୁ ବାଧ୍ୟ ହୋଇଛି ବୋଲି ଟ୍ରକ୍ଟର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
ବାଲି, ପଥର, ମାଟି କିମ୍ବା ଯେ କୌଣସି ଲଘୁ ଓ ଖଣିଜ ଦ୍ରବ୍ୟ ସରକାରଙ୍କୁ ରୟାଲିଟି ପୈଠ ନ କରି ଟ୍ରାକ୍ଟର ଜରିଆରେ ଉତ୍ତୋଳନ କରିବା ପାଇଁ ଚାହୁଁ ନାହାନ୍ତି ତଥାପି ଜିଲ୍ଲା ପ୍ରଶାସନ ୬୦୦ ଟଙ୍କା ମୂଲ୍ୟର ବାଲି ଗାଡିକୁ ୨୫ – ୫୦ ହଜାର ଟଙ୍କା ଦଣ୍ଡ ବିଧାନ କରି ଟ୍ରାକ୍ଟର ମାଲିକଙ୍କୁ ହଇରାଣ ହରକତ କରୁଛନ୍ତି ଜିଲ୍ଲା ପ୍ରଶାସନ । ପ୍ରତିଦିନ ଅହେତୁକ ଅର୍ଥଦଣ୍ଡ ଯୋଗୁଁ ବ୍ୟାଙ୍କ ଋଣ ସୁଝିବା ମଧ୍ୟ ସମ୍ଭବ ହେଉ ନଥିବା ସଂଘ ଅଭିଯୋଗ କରିଛି । ତେବେ ସେମାନଙ୍କ ଦାବୀ ପୁରଣ ନ ହେଲେ ଜିଲ୍ଲାରେ ଟ୍ରାକ୍ଟର ଚଳାଚଳ ବନ୍ଦ କରିବାକୁ ସଂଘ ବାଧ୍ୟ ହେବେ ବୋଲି ସଂଘର ଉପଦେଷ୍ଟା ଗୋବିନ୍ଦ କୁମାର ମହାରଣା ଏବଂ ସମ୍ପାଦକ କୁଶଳେଶ୍ବର ବହିଦାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ।
Comments are closed.