Latest Odisha News

BREAKING NEWS

ଦରମା ଦାବି କରି ଥାନା ଆଗରେ ଶତାଧିକ ଶ୍ରମିକଙ୍କ ଧାରଣା

ପାରାଦୀପ: ଶତାଧିକ ଶ୍ରମିକଙ୍କ ସହ ଖେଳୁଛି କମ୍ପାନୀ । କାମ କରାଉଛି, ଦରମା କଥା କହିଲେ ଥାନା ଡର ଦେଖାଉଛି । ଆଇଓସିଏଲର ଠିକା କମ୍ପାନୀ ଏଲ୍ ଆଣ୍ଡ ଟି, ଆପେକ୍ସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଶତାଧିକ ଶ୍ରମିକ । କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ମଜୁରୀ ମଧ୍ୟ କମ୍ପାନୀ ଦେଉନଥିବା କହିଛନ୍ତି ଶ୍ରମିକ ।

ଆଉ ଯିଏ ମୁହଁ ଖୋଲୁଛି, କମ୍ପାନୀ ତାକୁ କାମରୁ ବାହାର କରି ଦେବା ସହ ଥାନାରେ ମିଛ ମାମଲା ରୁଜୁ କରୁଛି । ଏଭଳି ଅଭିଯୋଗ କରି ବକେୟା ପାଉଣା ଦାବିରେ ଅଭୟଚାନ୍ଦପୁର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ଶ୍ରମିକ । ପାରାଦୀପ ତୈଳ ବିଶୋଧନାଗାରରେ ଏହା ପ୍ରଥମ ଘଟଣା ନୁହେଁ ।

ପୂର୍ବରୁ ଅନେକ ଠିକାଦାର, କଣ୍ଟ୍ରାକ୍ଟର ଓ ଶ୍ରମିକ ବକେୟା ଅର୍ଥ ପାଇଁ ଅନେକ ସମୟରେ କମ୍ପାନୀ ଫାଟକ ସମ୍ମୁଖରେ ଧାରଣା, ବିକ୍ଷୋଭ ଓ ଆନ୍ଦୋଳନ କରିଛନ୍ତି । କିନ୍ତୁ କର୍ତ୍ତୃପକ୍ଷଙ୍କ ନୀତି ଗତିରେ କିଛି ପରିବର୍ତ୍ତନ ଆସୁ ନାହିଁ ।

Leave A Reply

Your email address will not be published.