Latest Odisha News

BREAKING NEWS

ଡେଙ୍ଗୁ ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢାଇଛି

ଭୁବନେଶ୍ୱର : ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା।  ଡେଙ୍ଗୁ କବଳରେ ଏବେ ରାଜଧାନୀ ଭୁବନେଶ୍ୱର । ଡେଙ୍ଗୁ ପାଇଁ ଭୁବନେଶ୍ୱରବାସୀ ଙ୍କ ଚିନ୍ତା ବଢିଯାଇଛି । କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟାର ଘୋର ଅଭାବ ଦେଖା ଦେଇଛି। ଡେଙ୍ଗୁକୁ ନେଇ ଚିନ୍ତାଜନକ ସ୍ଥିତି ଥିବା ସ୍ୱୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ  କହିଛନ୍ତି ୪୦ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ନିୟମିତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ୱାର୍ଡ ସଂଖ୍ୟା ବୃଦ୍ଧି କରାଯାଇଛି। ବର୍ତ୍ତମାନ ସହରାଞ୍ଚଳରୁ ବସ୍ତିକୁ ବ୍ୟାପିଛି ଡେଙ୍ଗୁ। ସାଲିଆ ସାହିରେ ୧୦୦ପାର ହୋଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  ।

ଖୋର୍ଦ୍ଧା ଜିଲ୍ଲାରେ ପ୍ରତ୍ୟକ ଦିନ ପାଖାପାଖି ୧୦୦ଡେଙ୍ଗୁ ଚିହ୍ନଟ ହେଉଛନ୍ତି।  ସେଥି ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହେଉଛନ୍ତି ଶତକଡା ୯୫ପ୍ରତିଶତ  । ତେବେ ଡେଙ୍ଗୁ ପାଇଁ ଭୁବନେଶ୍ୱରବାସୀ ଙ୍କ ଚିନ୍ତା ବଢିଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି   ।

 

Leave A Reply

Your email address will not be published.