Latest Odisha News

BREAKING NEWS

ସିଏଏକୁ ବିରୋଧ କରିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବିକ୍ଷୋଭ, ରାଗିଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଶରଣାର୍ଥୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ଯେଉଁ ଘଟଣାକୁ ନେଇ ରାଗିଯାଇଛନ୍ତି ଅରବିନ୍ଦ କେଜ୍ରିୱାଲ ।

କେଜ୍ରିୱାଲ ଏକ୍ସର ପୋଷ୍ଟ କରି ଲେଖିଛନ୍ତି ଏହି ପାକିସ୍ତାନୀଙ୍କର ଏତେ ସାହାସ । ପ୍ରଥମେ ଆମ ଦେଶରେ ବେଆଇନରେ ପଶିଲେ, ଦେଶର ଆଇନ ଭାଙ୍ଗିଲ,  ଏମାନଙ୍କୁ ଜେଲରେ ରହିବା କଥା । ଏମାନଙ୍କର ଏତେ ସାହାସ ହୋଇଗଲା ଆମ ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ସିଏଏ ଆସିବା ପରେ ସାରା ଦେଶରେ ପାକିସ୍ତାନୀ ଏବଂ ବାଂଲାଦେଶୀ ବ୍ୟାପିଯିବେ । ଲୋକଙ୍କୁ ହଇରାଣ କରିବେ । ବିଜେପି ନିଜ ଭୋଟ ପାଇଁ ସାରା ଦେଶର ଲୋକଙ୍କୁ ହଇରାଣ କରିବାକୁ ଚାହୁଁଛି ।

ଏହା ପରେ ପଡ଼ୋଶୀ ଦେଶରୁ ଆସିଥିବା ଶରଣାର୍ଥୀ କଂଗ୍ରେସ କାର୍ଯ୍ୟଳୟ ବାହାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କାରଣ କଂଗ୍ରେସ ମଧ୍ୟ ସିଏଏକୁ ବିରୋଧ କରିଥଲା ।ଦେଶରେ ସିଏଏ ଲାଗୁ ହେବ ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ କେଜ୍ରିଓ୍ବାଲ । କହିଥିଲେ ଏହି ଆଇନ ଲାଗୁ ହେବ ପରେ ପାକିସ୍ତାନ ଲୋକ ଭାରତ ଆସିବେ । ଏହା କେତେ ସୁରକ୍ଷିତ ? ଦେଶରେ ଚୋରି, ଦୁଷ୍କର୍ମ, ଡକାୟତି, ଦଙ୍ଗା ବଢ଼ିବ । ଏହା ସହ କେଜ୍ରିୱାଲ କହିଥିଲେ ଯଦି ଆପଣଙ୍କ ଘର ପାଖରେ ପାକିସ୍ତାନୀ, ବାଂଲାଦେଶୀ ଲୋକ ଆସି ରହିବେ ଏହାକୁ କ’ଣ ଆପଣ ପସନ୍ଦ କରିବେ?

Leave A Reply

Your email address will not be published.