Latest Odisha News

BREAKING NEWS

ଖୁବ ଶୀଘ୍ର ମୋଟା ହୋଇଯାଉଛନ୍ତି ଭାରତୀୟ ଲୋକେ, ଏହା ପଛର କାରଣ କହିଲା ‘ହୁ’

ନୂଆଦିଲ୍ଲୀ: ଆଜିକାଲି ଜୀବନଶୈଳୀ ଏତେ ବ୍ୟସ୍ତ ହୋଇପଡୁଛି ଯେ ଲୋକମାନେ ଶାରୀରିକ କାର୍ଯ୍ୟକଳାପ ପାଇଁ ସମୟ ପାଇପାରୁ ନାହାଁନ୍ତି, ଯେଉଁଥିପାଇଁ ସେମାନଙ୍କ ଶରୀରକୁ ସେସବୁର ସମସ୍ୟା ଉଠାଇବାକୁ ପଟେ । ଏହି କାରଣରୁ, ମେଦବହୁଳତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଅନେକ ଗମ୍ଭୀର ରୋଗ ଶରୀର ଉପରେ ପ୍ରଭାବ ପକାଇଥାଏ । ଏନେଇ ହୁ(WHO) ଆଲର୍ଟ ଜାରି କରିଛି । ହୁ କହିଛି ଯେ, ଭାରତରେ ମେଦବହୁଳତା ଏବଂ ଓଜନ ବୃଦ୍ଧି ଅନେକ କ୍ଷେତ୍ରରେ ଚ୍ୟାଲେଞ୍ଜ ପାଲଟିଛି । ଏହାର ମୁଖ୍ୟ କାରଣ ହେଉଛି ଶାରୀରିକ କାର୍ଯ୍ୟକଳାପର ଅଭାବ ଏବଂ ଖରାପ ଖାଦ୍ୟପେୟର ଅଭ୍ୟାସ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ୧୯୭୫ ପରଠାରୁ ବିଶ୍ୱରେ ମୋଟାପଣ ଏବଂ ମେଦବହୁଳତା ତିନି ଗୁଣ ବୃଦ୍ଧି ପାଇଛି । ୨୦୪୦ ସୁଦ୍ଧା ଭାରତର ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଗତ ୧୫ ବର୍ଷରେ ୧୫-୪୯ ବର୍ଷ ବୟସର ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ ମେଦବହୁଳତା ଏବଂ ଓଜନର ବିଶ୍ଳେଷଣ କରିଛି । ଯେଉଁଥିରେ ଏହା ଦେଖାଗଲା ଯେ ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ୧୨.୬ ରୁ ୨୪ ପ୍ରତିଶତ ଏବଂ ପୁରୁଷମାନଙ୍କ କ୍ଷେତ୍ରରେ ୯.୩ ରୁ ୨୨.୯ ପ୍ରତିଶତ ବୃଦ୍ଧି ପାଇଛି । ମହିଳାମାନଙ୍କ କ୍ଷେତ୍ରରେ ମେଦବହୁଳତା ରାକିଙ୍ଗରେ ଭାରତର ସ୍ଥାନ ୧୯୭ ଦେଶ ମଧ୍ୟରେ ଭାରତ ୧୮୨ ତମ ସ୍ଥାନରେ ରହିଛି । ସେହିପରି ପୁରୁଷଙ୍କ କ୍ଷେତ୍ରରେ ଆମ ଦେଶ ୧୮୦ତମ ସ୍ଥାନରେ ରହିଛି । ଏହି ସମସ୍ତ ସଂଖ୍ୟା ୨୦୨୨ ବର୍ଷ ଅନୁଯାୟୀ ।

ନିତି ଆୟୋଗର ସର୍ବଶେଷ ସ୍ୱାସ୍ଥ୍ୟ ସୂଚକାଙ୍କ ଅନୁଯାୟୀ, ଭାରତର ସବୁଠାରୁ ସ୍ୱାସ୍ଥ୍ୟକର ରାଜ୍ୟ ହେଉଛି କେରଳ । ସବୁଠାରୁ ମେଦବହୁଳତା ବିଶିଷ୍ଟ ରାଜ୍ୟ ହେଉଛି ପଞ୍ଜାବ । ପଞ୍ଜାବର ୧୪.୨ ପ୍ରତିଶତ ମହିଳା ଏବଂ ୮.୩ ପ୍ରତିଶତ ପୁରୁଷ ମୋଟାପଣର ଶିକାର ହୋଇଛନ୍ତି । ମେଦବହୁଳତା କାରଣରୁ ଶରୀରକୁ ଅନେକ ବିପଜ୍ଜନକ ରୋଗର ସାମ୍ନା କରିବାକୁ ପଡେ । ଏହି କାରଣରୁ, ଅଣ ସଂକ୍ରାମକ ରୋଗ ବୃଦ୍ଧି ପାଇପାରେ । ମେଦବହୁଳତା କାରଣରୁ ହୃଦ୍‌ରୋଗ, ଷ୍ଟ୍ରୋକ୍ ଏବଂ ମଧୁମେହ ରୋଗର ସମସ୍ୟା ହୋଇପାରେ ।

Leave A Reply

Your email address will not be published.