ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।
The remarkable PT Usha Ji is an inspiration for every Indian. Her accomplishments in sports are widely known but equally commendable is her work to mentor budding athletes over the last several years. Congratulations to her on being nominated to the Rajya Sabha. @PTUshaOfficial pic.twitter.com/uHkXu52Bgc
— Narendra Modi (@narendramodi) July 6, 2022
ଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଟି ଉଷା ଖେଳରେ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଗତ କିଛି ବର୍ଷ ଭିତରେ ନୂଆ ଆଥଲେଟ୍ ମାନଙ୍କୁ ମାର୍ଗଦର୍ଶନ ପାଇଁ ସେ ଅନେକ କାମ କରିଛନ୍ତି । ତେଣୁ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
The creative genius of @ilaiyaraaja Ji has enthralled people across generations. His works beautifully reflect many emotions. What is equally inspiring is his life journey- he rose from a humble background and achieved so much. Glad that he has been nominated to the Rajya Sabha. pic.twitter.com/VH6wedLByC
— Narendra Modi (@narendramodi) July 6, 2022
ସେହିପରି ସଙ୍ଗୀତକାର ଇଲୈୟାରାଜାଙ୍କ ବିଷୟରେ ଏବଂ ବୀରେନ୍ଦ୍ର ହେଗଡେଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରିଛନ୍ତି
Shri Veerendra Heggade Ji is at the forefront of outstanding community service. I have had the opportunity to pray at the Dharmasthala Temple and also witness the great work he is doing in health, education and culture. He will certainly enrich Parliamentary proceedings. pic.twitter.com/tMTk0BD7Vf
— Narendra Modi (@narendramodi) July 6, 2022
ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ଯିବାକୁ ମନୋନୀତ ହୋଇଛନ୍ତି । ତାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଦର୍ଶକଙ୍କ ସହିତ ରଚନାତ୍ମକ ଦୁନିଆରେ ଯୋଡି ହୋଇ ରହିଛନ୍ତି ।
Shri V. Vijayendra Prasad Garu is associated with the creative world for decades. His works showcase India's glorious culture and have made a mark globally. Congratulations to him for being nominated to the Rajya Sabha.
— Narendra Modi (@narendramodi) July 6, 2022
Comments are closed.