Latest Odisha News

BREAKING NEWS

ମାଟ୍ରିକ୍‍ ପରୀକ୍ଷା ଫଳ: ଜ୍ୟୋସ୍ନା କିଷାନ କିସ୍‍ ଟପ୍ପର

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ୯୯.୬୩ ପ୍ରତିଶତ ହୋଇଛି । ସ୍କୁଲ୍‍ର ୧୦୨୫ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୧୩୯ ଛାତ୍ରଛାତ୍ରୀ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତ ବର୍ଷ ରାଜ୍ୟ ଫଳାଫଳ ୯୦.୫୫ ହୋଇଥିବା କିସ୍‌ର ପାସ୍ ହାର ୯୯.୬୩ ପ୍ରତିଶତ ପ୍ରତିଶତ ହୋଇଛି । ଚଳିତବର୍ଷ କିସ୍‌ର ମୋଟ ୨୧୭୫ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିଲେ । କିସ୍‍ ଛାତ୍ରୀ ଜ୍ୟୋସ୍ନା କିଷାନ ସର୍ବାଧିକ ୫୬୫ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି । ସେହିପରି ରଶ୍ମିତା ନାୟକ ୫୪୩ ନମ୍ବର ଓ ଲିବୁ ସର୍ଦ୍ଦାର ୫୪୦ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

କିସ୍‍ ଫଳାଫଳ ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି, କରୋନା ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ଯୋଗୁଁ କିସର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିପାରିଛନ୍ତି। ଏଥିପାଇଁ ଶ୍ରୀ ସାମନ୍ତ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.