ବାଲେଶ୍ୱର: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ହାତାହାତି । ଗଣ୍ଡଗୋଳ ଓ ମାରପିଟରେ ସରପଞ୍ଚଙ୍କ ମୁଣ୍ଡ ଫାଟି ଯାଇଛି । ତେଣ୍ଟେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ୍ ଦାବି କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ହୋଇଥିଲା । ହାତାହାତିରେ ସରପଞ୍ଚଙ୍କ ସହ ୩ ଜଣ ଆହତ ହୋଇଛନ୍ତି ।
ତେଣ୍ଟେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ୍ ଦାବି କରି ଗାଁ ଲୋକେ ଜନଶୁଣାଣି ଶିବିର ଯାଇଥିଲେ । ଘଟଣାକୁ ନେଇ ଜନଶୁଣାଣି ଶିବିରରେ ବଚସା ଓ ମାରପିଟ୍ ହୋଇଥିଲା । ମାରପିଟ୍ରେ ତେଣ୍ଟେଇ ପଞ୍ଚାୟତ ସରପଞ୍ଚଙ୍କ ମୁଣ୍ଡ ଫାଟିବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉପସ୍ଥିତ ବିଇଓଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି ।
Comments are closed.