ଭୁବନେଶ୍ୱର – ଆମ ରାଜ୍ୟର ସାମର୍ଥ୍ୟ ପ୍ରାକୃତିକ ସମ୍ବଳ । ଯାହା ବିଭିନ୍ନ ପୁଞ୍ଜିନିବେଶର ମୁଖ୍ୟ ଆକର୍ଷଣ । କିନ୍ତୁ ଯଦି ଆମେ ଭିତ୍ତିଭୂମି କ୍ଷେତ୍ରକୁ ଅନୁଧ୍ୟାନ କରିବା ପ୍ରକଳ୍ପ ଆରମ୍ଭ କରିବା ପାଇଁ ଜମି ଅଧିଗ୍ରହଣ ଏକ ମୁଖ୍ୟ ପ୍ରତିବନ୍ଧକ । ଆମ ସାମର୍ଥ୍ୟ ଜାଣିବା ସହିତ ଆମର ଦୁର୍ବଳତାକୁ ଚିହ୍ନଟ କରି ପାରିଲେ ଆମେ ବେଶ୍ ପ୍ରଗତି କରିପାରିବା । କେବଳ ପ୍ରାକୃତିକ ସମ୍ବଳକୁ ନେଇ କୌଣସି ରାଷ୍ଟ୍ରର ବିକାଶ ହୋଇ ନ ପାରେ, ରାଷ୍ଟ୍ରର ପ୍ରଗତି ମାନବ ସମ୍ବଳର ବିକାଶ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ।
ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିକ ୱେବିନାର ‘ଓଡିଶାର ବିକାଶ ଏବଂ ପୁଞ୍ଜିନିବେଶର ପରିବେଶ’ରେ ଅଂଶଗ୍ରହଣ କରି ବୈଜୟନ୍ତ ପଣ୍ଡା ଏହି ମତ ଦେଇଥିଲେ ।
ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ତଥା କାର୍ୟ୍ୟକ୍ରମର ମଡରେଟର ବିଜୟ କୁମାର ପଟ୍ଟନାୟକ କାର୍ୟ୍ୟକ୍ରମର କହିଥିଲେ, ‘ଯଦି ଆମେ କେବଳ ପ୍ରାକୃତିକ ସମ୍ବଳକୁ ଧରି ରଖିବା ତେବେ ପ୍ରଗତି କରିପାରିବା ନାହିଁ, ମାନବ ସମ୍ବଳର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆମେ ନିଜକୁ ସମୃଦ୍ଧ ଭାବେ ଗଢି ତୋଳିଲେ ଅନ୍ୟମାନେ ଆମ ସହ ଯୋଡି ହେବାକୁ ଆଗେଇ ଆସିବେ । ଏହି କ୍ରମରେ ଓଡିଶାର ସଫଳ ଉଦ୍ୟୋଗୀ ଯୁବ ଉଦ୍ୟୋଗୀମାନଙ୍କର ମାର୍ଗଦର୍ଶକ ହୋଇପାରିଲେ ସୁଫଳ ମିଳିପାରିବ । ’
େଓବିନାରରେ ଅଂଶଗ୍ରହଣ କରିଥିବା ନାଇରୋବିରେ ଅବସ୍ଥାପିତ ଆଇଟି ସ୍ପେଶିଆଲିଷ୍ଟ ପନ୍ନଗ ପଟ୍ଟନାୟକ କହିଥିଲେ ଯେ ବିକାଶ ପାଇଁ କୃଷି କ୍ଷେତ୍ରକୁ ବିଶେଷ ଧ୍ୟାନ ଦେବା ସହିତ ଏହାକୁ କିପରି ଲାଭଦାୟକ କରାଯାଇପାରିବ ସେ ଦିଗରେ କାର୍ୟ୍ୟ କରିବା ଉଚିତ । ସେହିପରି ସିଙ୍ଗାପୁରରେ ଅବସ୍ଥାପିତ ସୋମ୍ୟରଞ୍ଜନ ସିଂ କହିଥିଲେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଆମେ ପଛରେ ରହିଛେ । ବିଦେଶରେ ରହି ଆମେ ଆମ ରାଜ୍ୟର ଉନ୍ନତି ନିମନ୍ତେ କିପରି ଏକ ବିଶ୍ୱସ୍ତରୀୟ ନେଟୱର୍କ ସୃଷ୍ଟି କରିପାରିବା ସେ ଦିଗରେ ଉଦ୍ୟମ କରୁଛୁ । ଦରକାର ପଡିଲେ ଯୁବ ଉଦ୍ୟୋଗୀଙ୍କୁ ସହାୟତାର ହାତ ବଢାଇବା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ସେ କହିଥିଲେ ।
ସୂଚନା ଯୋଗ୍ୟ ଯେ, ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଓଡିଶାର ବିକାଶକୁ ଦୃଷ୍ଟିରେ ରଖି ସାମାଜିକ ସେବା ପାଇଁ ଉତ୍ସର୍ଗୀକୃତ ଏକ ବେସରକାରୀ ଅନୁଷ୍ଠାନ । ଓଡିଶାର ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ତଥା ଓଡିଶା, ଭାରତ ଓ ବିଦେଶରେ ରହୁଥିବା ଓଡିଆଙ୍କ ସହିତ ଜଡିତ ଥିବା ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନାମୂଳକ କାର୍ୟ୍ୟକ୍ରମମାନ ଆୟୋଜନ କରିଆସୁଛି ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.