Latest Odisha News

ଅତୁଲ୍ ସୁଭାସଙ୍କ ଭଳି ମାମଲା: ସ୍ତ୍ରୀ ଦେଉଥିଲେ ନିର୍ଯାତନା, ଆତ୍ମହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆସିଲା ଅତୁଲ୍ ସୁଭାସଙ୍କ ଭଳି ମାମଲା। ପତ୍ନୀଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ସ୍ବାମୀ । ୫୪ ମିନିଟର ଭିଡିଓ ସେୟାର୍ କରି ଜଣାଇଲେ ଦୁଃଖ। ରାଜଧାନୀ ଦିଲ୍ଲୀର ମଡେଲ୍ ଟାଉନ୍ ଅଞ୍ଚଳରୁ ଆସିଛି ଏକ ଖବର। ମୃତ୍ୟୁ ପୂର୍ବରୁ ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି ପୀଡିତ ପୁରୁଷ।

ପୁନିତ୍ ଖୁରାନା ନାମକ ଉକ୍ତ ବ୍ୟକ୍ତି ପତ୍ନୀ ମନିକା ପାହୱାଙ୍କୁ ନେଇ ସବୁବେଳେ ଟେନସନରେ ରହୁଥିବା କଥା ପରିବାର ପୁଲିସକୁ କହିଛନ୍ତି। ପୂର୍ବରୁ ଛାଡ଼ପତ୍ର ଫାଇଲ୍ ହୋଇଥିଲେ ହେଁ ପତ୍ନୀଙ୍କ ଅତ୍ୟାଚାରକୁ ସହି ପାରୁନଥିଲେ ପୁନିତ୍ । ଏହାଛଡ଼ା ୨ ପରିବାର ଭିତରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା । ପୁନିତ୍‌ଙ୍କ କିଛି ମେଡିକାଲ୍ ରିପୋର୍ଟ ମଧ୍ୟ ପୁଲିସ୍ ହାତରେ ଲାଗିଛି ।

ପୁନୀତ ଖୁରାନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ପତ୍ନୀଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିଲେ। ମୃତ୍ୟୁ ପୂର୍ବରୁ ୩୦ ତାରିଖ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଫୋନ୍ କରିଥିଲେ ପୁନୀତ ଖୁରାନା। ସେହି ସମୟରେ ସେମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ସାମ୍ନାକୁ ଆସିଛି। ୧୬ ମିନିଟ୍‌ରେ ଏହି ବାର୍ତ୍ତାଳପରେ ପୁନୀତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କେବଳ ଝଗଡ଼ା ହୋଇଛି। ଏମିତିକି ପୁନୀତଙ୍କୁ ତାଙ୍କ ପତ୍ନୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି।

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌କୁ ନେଇ ସେମାନଙ୍କ ବାର୍ତ୍ତାଳପ ଆରମ୍ଭ ହୋଇଥିଲା। ମନିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରିଛନ୍ତି ବୋଲି ପୁନୀତ ଅଭିଯୋଗ କରିଛନ୍ତି। ମନିକା ଏହାକୁ ଖଣ୍ଡନ କରିଛନ୍ତି। ସୁଇସାଇଡ୍ ପୂର୍ବରୁ ରାତି ୩ ଟା ପର୍ଯ୍ୟନ୍ତ ପୁନିତ୍ ଏବଂ ମନିକାଙ୍କ ଭିତରେ ଫୋନରେ କଥାବାର୍ତ୍ତା ହୋଇଥିଲା । ରାଗରେ ଆସି ମନିକା କହିଥିଲେ , ‘ତୁମେ କେବଳ ଆତ୍ମହତ୍ୟାର ଧମକ ଦେଇପାରିବ ଆତ୍ମହତ୍ୟା କରିପାରିବ ନାହିଁ ।’ ଏହାର ପରଦିନ ଦ୍ବିପ୍ରହର ୧.୩୦ ସମୟରେ ପୁନିତଙ୍କ ଝୁଲନ୍ତା ମୃତଦେହ ତାଙ୍କ ରୁମରୁ ମିଳିଲା ।

ଅନ୍ୟପଟେ ୮ ବର୍ଷ ତଳେ ହୋଇଥିବା ବିବାହ ୨ ବର୍ଷ ତଳେ ଛାଡ଼ପତ୍ରର ରୂପ ନେଇଥିଲା କିନ୍ତୁ ଏଯାଏଁ କୋର୍ଟରେ ଛାଡପତ୍ର କେସ୍ ଚାଲିଛି । ଗତ କିଛି ଦିନ ହେଲା ମନିକା ନିଜ ସର୍ତ୍ତକୁ ବଦଳାଉଥିଲେ ଯାହାର ପରିଣାମ ପୁନିତ୍ ମାନସିକ ଚାପରେ ରହୁଥିଲେ। ଦୁହିଁଙ୍କ ଜଏଣ୍ଟ୍ ବ୍ୟବସାୟ ଥିଲା ଯେଉଁଥିରେ ଏକ ବେକରୀ ଏବଂ ରେଷ୍ଟୁରାଣ୍ଟ୍ ସାମିଲ୍ ଥିଲା। ଏହି ବ୍ୟବସାୟର ଭାଗବଣ୍ଟାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରିବାର କହିବାନୁସାରେ , ମନିକା ପୁନିତଙ୍କୁ ମାନସିକ ନିର୍ଯାତନା ଦେଉଥିଲେ।

Comments are closed.