Latest Odisha News

BREAKING NEWS

ଝୁଲନ୍ତା ଅବସ୍ଥାରେ ମିଳିଲା ଆଉ ଜଣେ ଟିକଟକ୍ ଷ୍ଟାରଙ୍କ ମୃତଦେହ

ପୁନେ: ପୁନେର ବାଘୋଲି ସ୍ଥିତ ନିଜ ଘରେ ଟିକଟକ୍ ଷ୍ଟାର ସମୀର ଗାୟକ୍ୱାଡ୍ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସମୀରଙ୍କର ବୟସ ମାତ୍ର ୨୨ ବର୍ଷ । ରବିବାର ସନ୍ଧ୍ୟା ୫ଟା ସମୟରେ ତାଙ୍କ ଘର ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ପୋଲିସକୁ ସେହି ସ୍ଥାନରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ । 

ସମୀରଙ୍କ ସମ୍ପର୍କୀୟ ପ୍ରଫୁଲ୍ଲ ଗାୟକ୍ୱାଡ୍ କହିଛନ୍ତି, ସମୀର କିଛିଦିନ ହେବ ଖୁବ୍ ଚିନ୍ତିତ ଥିଲେ ଏବଂ ତାଙ୍କ ଲଭ୍-ଲାଇଫ୍ ରେ ଅନେକ ସମସ୍ୟା ରହିଥିଲା । ସମୀରଙ୍କ ଆତ୍ମହତ୍ୟା ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । 

Leave A Reply

Your email address will not be published.