Latest Odisha News

BREAKING NEWS

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ ‘ଚେହ୍‌ରେ‌’

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମୀଙ୍କ ଅଭିନୀତ ଫିଲ୍ମ ‘ଚେହ୍‌ରେ‌’ କୁ ନେଇ ଏକ ନୂଆ ରିଲିଜ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୩୦, ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ‘ଚେହ୍‌ରେ’ ଜୁଲାଇ ୨୦୨୦ ରେ ରିଲିଜ୍ ହେବାର ଥିଲା।

ନିଜେ ଅମିତାଭ ବଚ୍ଚନ ‘ଚେହ୍‌ରେ’ର ନୂତନ ରିଲିଜ୍ ତାରିଖ ଦର୍ଶକଙ୍କ ସହ ସେୟାର୍‌ କରିଛନ୍ତି।
ଟ୍ୱିଟରରେ ଫିଲ୍ମର ନୂତନ ରିଲିଜ୍ ତାରିଖ ଘୋଷଣା କରି ଅମିତାଭ ବଚ୍ଚନ ଲେଖିଛନ୍ତି, ଯେ “#ଚେହ୍‌ରେ ସେ ବଡା କୋୟି ନକାବ୍‌ ନୈହି ହୋତା’। ୩୦ ଏପ୍ରିଲ ୨୦୨୧ରେ ପ୍ରେକ୍ଷାଳୟରେ ପ୍ରକୃତ # ଚେହ୍‌ରେ, ବହୁ ପ୍ରତୀକ୍ଷିତ ରହସ୍ୟ-ଥ୍ରୀଲର ଆବିଷ୍କାର କର।” ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ଉନ୍ମୋଚିତ ହୋଇଛି।

Leave A Reply

Your email address will not be published.