Latest Odisha News

BREAKING NEWS

ସାଂସଦ ପଦରୁ ଇସ୍ତଫା ଦେବେ ଭଗୱନ୍ତ ମାନ୍

ଦିଲ୍ଲୀ: ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବେ ଆପ୍ ନେତା ଭଗୱନ୍ତ ମାନ୍ । ପଞ୍ଜାବରେ ଆପର ବିପୁଳ ବିଜୟ ପରେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ । ତେବେ ଏହାପୂର୍ବରୁ ଲୋକସଭାର ସାଂସଦ ପଦରୁ ଇସ୍ତଫା ଦେବେ ମାନ୍ । କାରଣ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ଭଗୱନ୍ତ ମାନ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଯେହେତୁ ଭଗୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଣୁ ବିଧାନସଭାର ସଦସ୍ୟ ରହିବା ଆବଶ୍ୟକ । ଯେଉଁଥିପାଇଁ ଭଗୱନ୍ତ ସାଂସଦ ପଦରୁ ଇସ୍ତଫା ଦେବେ । ଆଉ ଏଥିପାଇଁ ସଂସଦରେ ପହଞ୍ଚିଛନ୍ତି ଭଗୱନ୍ତ ।

ତେବେ ସାଂସଦ ପଦରୁ ଇସ୍ତଫା ଦେବା ପୂର୍ବରୁ ଭଗୱନ୍ତ ମାନ୍ କହିଛନ୍ତି ପଞ୍ଜାବବାସୀଙ୍କ ସେବା କରିବାକୁ ଯେଉଁ ଗୁରୁଦାୟିତ୍ୱ ମିଳିଛି ତାହାକୁ ସୁଚାରୁରୂପେ ତୁଲାଇବି । ସାଂସଦ ପଦରୁ ଇସ୍ତଫା ଦେବା ପୂର୍ବରୁ  ସଙ୍ଗରୁରର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାନ୍ ।

ସଙ୍ଗରୁର୍ ଲୋକେ ମୋତେ ଦୀର୍ଘ ବର୍ଷ ଧରି ଭଲପାଇବା ଦେଇ ଆସିଛନ୍ତି । ଏବେ ଯେହେତୁ ପୂରା ପଞ୍ଜାବବାସୀଙ୍କ ସେବା କରିବାକୁ ସୁଯୋଗ ମିଳିଛି ତେଣୁ ସାଂସଦ ପଦରୁ ଇସ୍ତଫା ଦେବାକୁ ଯାଉଛି । କିନ୍ତୁ ସଙ୍ଗରୁରର ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, କିଛି ମାସ ମଧ୍ୟରେ ହିଁ ପୁଣିଥରେ ଲୋକସଭାରେ ସଙ୍ଗରୁର ଲୋକଙ୍କ ସ୍ୱର ଶୁଭିବ ।

Comments are closed, but trackbacks and pingbacks are open.