Latest Odisha News

BREAKING NEWS

ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଡାକ୍ତରଖାନାକୁ ଅଣାଯାଇଥିଲା। ପେଟରେ ଯନ୍ତ୍ରଣା ହେଉଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି। ନିକଟରେ ମାନ୍ ଦ୍ୱିତୀୟ ବିବାହ କରିଥିଲେ।

BjdElectrycity

ଭଗଓ୍ୱନ୍ତ ମାନ୍ ବୁଧବାର ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ଗଠିତ କମିଟିରେ ରାଜ୍ୟକୁ ପ୍ରତିନିଧିତ୍ୱ ନକରିବାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ମାନ୍ ଟ୍ୱିଟ୍ କରି କହିଛନ୍ତି, କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ବିପରୀତ କାମ ହେଉଛି । ଏମଏସପି କମିଟିରେ ପଞ୍ଜାବରୁ କେହି ପ୍ରତିନିଧିତ୍ୱ କରୁନାହାନ୍ତି । କେନ୍ଦ୍ରର ଏପରି ନିଷ୍ପତ୍ତିକୁ ସେ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି । ପଞ୍ଜାବର ଚାଷୀମାନେ ଋଣ ଜାଲରେ ଛନ୍ଦି ହୋଇ ରହିଛନ୍ତି। ଏମଏସପି ଆମର ଆଇନଗତ ଅଧିକାର । କେନ୍ଦ୍ର ଏମଏସପି କମିଟିରେ ପଞ୍ଜାବର ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଦରକାର ବୋଲି ସେ କହିଛନ୍ତି।

ମାନ ଗୁରୁପ୍ରୀତ କୌରଙ୍କୁ ଏହି ମାସରେ ଜୁଲାଇ 7 ରେ ଦ୍ୱିତୀୟ ଥର ବିବାହ କରିଥିଲେ। ଚଳିତ ବର୍ଷ ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜୟ ପରେ ଆମ୍ ଆଦମୀ ପାର୍ଟି ଭଗଓ୍ୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ। ଦଳ ଭଗଓ୍ୱନ୍ତ ମାନଙ୍କ ନାମରେ ପଞ୍ଜାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା।

Leave A Reply

Your email address will not be published.