Latest Odisha News

BREAKING NEWS

ଅର୍ଶଦୀପଙ୍କୁ ବ୍ଲଗିଂ କରିବାକୁ ମନା କଲା ପଞ୍ଜାବ

ନୂଆଦିଲ୍ଲୀ: ବିସିସିଆଇର କଡା ଚେତାବନୀ ପରେ ଆଇପିଏଲର ଟିମଗୁଡିକ ସେମାନଙ୍କ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ପଞ୍ଜାବ କିଙ୍ଗସର ପେସ ବୋଲର ଅର୍ଶଦୀପ ସିଂଙ୍କୁ ବ୍ଲଗିଂ କରିବା ପାଇଁ ମନା କରିଦେଇଛି । ଚଳିତ ଆଇପିଏଲରେ ଅର୍ଶଦୀପ ହୋଟେଲ, ଷ୍ଟାଡିୟମ ଏବଂ ବିମାନରେ ଭିଡିଓ କରୁଥିବା ଦେଖିବାକୁ ମିଳୁଥିଲା । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ସପୋର୍ଟ ଷ୍ଟାଫ ଓ ପରିବାର ସଦସ୍ୟଙ୍କ ଭିଡିଓ ପୋଷ୍ଟ କରିବା ପାଇଁ ଖେଳାଳିମାନଙ୍କୁ ମନା କରିଦେଇଛି । ହନି ଟ୍ରାପ ଆଶଙ୍କାରେ ବିସିସିଆଇ ଏହି ଚେତାବନୀ ଦେଇଛି ।

ବିଭିନ୍ନ ଟିମ ସହିତ ଅପରିଚିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିସିସିଆଇ ଅସନ୍ତୋଷ ବ୍ୟକ୍ତ କରିଛି । ଚଳିତ ଆଇପିଏଲରେ ଅନେକଗୁଡିଏ ବିବାଦ ସମ୍ମୁଖକୁ ଆସିଛି । ରାଜସ୍ଥାନ ରୟାଲ୍ସର ମ୍ୟାନେଜର ରୋମୀ ଭିଣ୍ଡର ଡଗ ଆଉଟରେ ବସି ଫୋନ କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ରିୟାନ ପରାଗ ଓ ୟୁଜଭେନ୍ଦ୍ର ଚହଲ ଇ ସିଗାରେଟ ପାନ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ପରାଗଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚହଲଙ୍କ ଭିଡିଓର ସତ୍ୟତାକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.