Latest Odisha News

BREAKING NEWS

ମିଶ୍ରଣ ପରେ ବଦଳିବନି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନାମ !

ନୂଆଦିଲ୍ଲୀ: ସାର୍ବଜନିକ କ୍ଷେତ୍ରର ଦୁଇ ପ୍ରମୁଖ ବ୍ୟାଙ୍କ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ (ଅବିସି) ଓ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ସହିତ ମିଶ୍ରଣ ପରେ ବଦଳିବ ନାହିଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନାମ |

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟ୍ୱିଟ କରି ସ୍ପଷ୍ଟ କରିଛି।

କିଛି ଦିନ ପୂର୍ବରୁ ୟୁବିଆଇର ଜଣେ ଅଧିକାରୀ କହିଥିଲେ ଯେ ସରକାର ମିଶ୍ରଣ ପରେ ହେବାକୁ ରହିବା ନୂଆ ବ୍ୟାଙ୍କର ନାମ ଓ ଲୋଗୋ ଜାରୀ କରିବ |

ନୂଆ ବ୍ୟାଙ୍କ ଏପ୍ରିଲ ପହିଲା, ୨୦୨୦ ରୁ କାମ କରିବ | ପୂର୍ଵ ବର୍ଷ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଓବିସି, ୟୁବିଆଇ ଓ ପିଏନବି ମିଶ୍ରଣ ହେବାକୁ ଘୋଷଣା କରିଥିଲେ |

ସେ କହିଥିଲେ ଯେ ଏହି ମିଶ୍ରଣ ଦ୍ୱାରା ଦେଶର ଦ୍ୱିତୀୟ ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ରେ ଆସିଯିବ | ସରକାର ସିଣ୍ଡିକେଟ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ତଥା ଆଲ୍ହାବାଦ ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କ ମିଶ୍ରଣ ହେବାକୁ ଘୋଷଣା କରିଥିଲେ | ସେହିପରି ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ କୁ ୟୁନିଅନ ବ୍ୟାଙ୍କ ସହ ମିଶ୍ରଣ କରାଯିବ |

ପୂର୍ଵ ସପ୍ତାହ ରେ ଓବିସି ର ସିଇଓ ଓ ଏମଡି ମୁକେଶ କୁମାର ଜୈନ କହିଥିଲେ ଯେ ଏହି ମିଶ୍ରଣ ସମାନ ସ୍ତର ର ବ୍ୟାଙ୍କ ମଧ୍ୟରେ ହେଉଛି |

ସେ ବିତ୍ତ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ ମିଶ୍ରଣ ପରେ ହେବାକୁ ଥିବା ବ୍ୟାଙ୍କ ବା ତିନି ବ୍ୟାଙ୍କ ସମ୍ପୂର୍ଣ୍ଣ ଅଲଗା ବା ଏମିତି ହେଉ ଯେପରି ପୁରୁଣା ବ୍ୟାଙ୍କ ର କିଛି ପରିଚୟ ରହୁ | ଏଥିରେ ବିଲୟ ର ବରାବର ଝଲକ ଦେଖିବାକୁ ରହିବ |

ଏହା ପୂର୍ବରୁ ତିନିଟି ବ୍ୟାଙ୍କର ମିଶ୍ରଣ ପ୍ରକ୍ରିୟା ପୁରା ହୋଇସାରିଛି | ଏଥିରେ ସରକାର ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କ ବିଲୟ କରି ଏକ ନୂଆ ବ୍ୟାଙ୍କ କରିଥିଲେ |

ଏହି ବିଲୟ ପରେ ନୂଆ ବ୍ୟାଙ୍କର ନାମ ବ୍ୟାଙ୍କ ଅଫ ବରୋଦା ରଖାଯାଇଥିଲା | ବ୍ୟାଙ୍କ ଅଫ ବରୋଦା ମିଶ୍ରଣ ସବୁ ବ୍ୟାଙ୍କ ମଧ୍ୟରୁ ସବୁଠୁ ବଡ଼ ବ୍ୟାଙ୍କ |

 

Leave A Reply

Your email address will not be published.