Latest Odisha News

BREAKING NEWS

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଜାଳି ଦେଲେ ଦୁର୍ବୁତ୍ତ; ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ସୁନା

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ବାଙ୍ଗରଖୋଣ୍ଟା ଗ୍ରାମ ପଞ୍ଚାୟତର ଦିଅପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତୃତାକୁ କେନ୍ଦ୍ରକରି ଦିଗପାଳ ଗ୍ରାମ ର ଆନନ୍ଦ ଦଳେଇଙ୍କ ଘରେ ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ,ରମେଶ ଖୁଣ୍ଟିଆ ,କୁନୁ ଖୁଣ୍ଟିଆ, ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁ ଲାଗିବା ଦ୍ୱାରା ଘରର ସମସ୍ତ ଆସବାସ ପତ୍ର ଓ ଝିଅ ବାହାଘର ପାଇଁ ଘରେ ରଖିଥିବା ସୁନା ଗହଣା ଟଙ୍କା ସବୁ ନିଆଁରେ ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ଜଣାପଡିଛି ।

ଏହାକୁ ନେଇ କ୍ଷତିଗ୍ରସ୍ତ ଟମକା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଟମକା ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସୂଚନା ମିଳିଛି ।

ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଆନନ୍ଦ ଦଳେଇ ଓ ତାଙ୍କ ସମ୍ପର୍କୀୟ । ଯଥାଶୀଘ୍ର ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମହୁତି ଦେବେ ବୋଲି କହିଛନ୍ତି ଆନନ୍ଦ ଦଳାଇ।

Leave A Reply

Your email address will not be published.