ପୁରୀ: ପୋଲିସ୍ ହେପାଜତରେ ପୁରୀରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ପୁରୀରେ ମାମଲାର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ଇନ୍ଚାର୍ଜ ଏସ୍. ପ୍ରବୀଣ କୁମାର । ପୁରୀ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସେ ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି ।
ତଦନ୍ତରେ ଜାତୀୟ ମାନବାଧିକ କମିଶନ ବା NHRCଙ୍କ ଗାଇଡଲାଇନ୍ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଆଇଜି ଇନଚାର୍ଜ । ଗତକାଲି ପୋଲିସ ଡିଜି ମାମଲାର ତଦନ୍ତ କରିବାକୁ କହିଥିଲେ । NHRCଙ୍କ ଗାଇଡଲାଇନ୍ ଅନୁସାରେ ତଦନ୍ତ ସହ ପଦକ୍ଷେପ ନିଆଯିବ ବୋଲି କହିଥିଲେ ପୋଲିସ ଡିଜି ।
ଗତକାଲି ସକାଳେ ଜଣେ ଗିରଫ ଅଭିଯୁକ୍ତର ପୋଲିସ ହେପାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଖଣ୍ଡନ କରିଥିଲେ ପୁରୀ ଏସପି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲା ପୋଲିସ ।
Comments are closed.