Latest Odisha News

BREAKING NEWS

ଛେରାପହଁରା ପାଇଁ ସ୍ନାନ ମଣ୍ଡପକୁ ଆସିଲେ ନାହିଁ ଗଜପତି ମହାରାଜା

ପୁରୀ: ରତ୍ନ ସିଂହାସନରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ମହାପର୍ବରେ ଶ୍ରୀଜିଉଙ୍କ ସ୍ନାନ ପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟାସିଂହ ଦେବ ଶୁକ୍ରବାର ଦିନ ସକାଳ ୧୦.୩୦ ରେ ସ୍ନାନ ମଣ୍ଡପରେ ଛେରାପହଁରା ବିଧି କରିବାର କାର୍ଯ୍ୟକ୍ରମ ଥିଲା।

ସୂଚନାଯୋଗ୍ୟ, ମହାରାଜାଙ୍କ ବଦଳରେ ମୁଦିରଥ ଏହିକାର୍ଯ୍ୟ ସମ୍ପାଦନା କରିଥିବା ଦେଖିବାକୁ ମିଳିଥିଲା। ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନପାରନ୍ତି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.