Latest Odisha News

BREAKING NEWS

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ଅଫିସ ଘେରିଲା ଜଗନ୍ନାଥ ସେନା

ପୁରୀ: ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ତିଆରି ଚାଲିଛି ଖନନ କାର୍ଯ୍ୟ । ଐତିହ୍ୟ ପ୍ରକଳ୍ପ ନିର୍ମାଣ ନାଁରେ ଚାଲିଥିବା ଏହି କାମକୁ  ନେଇ  ବିବାଦ ଲାଗି ରହିଛି । ମୁଖ୍ୟତଃ ପ୍ରକଳ୍ପ ତିଆରି ପାଇଁ ଏଏସଆଇର ଅନୁମତିକୁ ନେଇ ବିବାଦ ରହିଛି । ଏହାରି ଭିତରେ ପୁରୀରେ ଜଗନ୍ନାଥ ସେନା ଏଏସଆଇର ନିରବତାକୁ ନେଇ ପ୍ରଶ୍ନ ଉଠାଇ ବିରୋଧ କରିଛନ୍ତି।

BjdElectrycity

ଜଗନ୍ନାଥ ସେନା ପୁରୀ ସ୍ଥିତ ଏଏସାଇ ଅଫିସ ଘେରାଉ କରିଛି । ମନ୍ଦିର ଚାରିପଟେ ୩୦ ଫୁଟର ଗଭୀର ଗାତ ଖୋଳି ଟାଟା କମ୍ପାନୀ ଖନନ କାମ କରୁଛି । ଏପରି କରି ଶ୍ରୀମନ୍ଦିରକୁ ବିପଦ ଘେରକୁ ଠେଲି ଦିଆଯାଉଛି ବୋଲି ଜଗନ୍ନାଥ ସେନା କହିଛି । ହେଲେ ଏପରି ବେଆଇନ କାମ ୧୦୦ ମିଟର ପରିଧି ଭିତରେ ହେଉଥିବା ବେଳେ ଏଏସଆଇ କାହିଁକି ନିରବ ରହିଛି ବୋଲି ଜଗନ୍ନାଥ ସେନା ପ୍ରଶ୍ନ କରିଛି ।

ସେହିପରି ବେଆଇନ କାମ ଚାଲୁଥିବା ବେଳେ ଏଏସଆଇ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ନେଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ । ଏପରି କାମକୁ ପରୋକ୍ଷରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସମର୍ଥନ କରୁଛି କି ବୋଲି ମଧ୍ୟ ପ୍ରଶ୍ନ କରିଛି କି ? କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ ଏହି ଅବସରରେ ଦାହ କରାଯାଇଛି । ପରେ ପୁରୀ ଏଏସଆଇ ଡିଜିଙ୍କୁ ଭେଟି ଆଠଦଫା ପ୍ରଶ୍ନ ଓ  ଦାବି ସମ୍ମିଳିତ ଦାବିପତ୍ର ପ୍ରଦାନ ଦେଇଛି ଜଗନ୍ନାଥ ସେନା ।

1975ରେ ଶ୍ରୀମନ୍ଦିର ଜାତୀୟ କିର୍ତ୍ତିରାଜି ଘୋଷଣା ହେବା ପରେ, ଏହାର ଦେଖାଶୁଣା ଦାୟିତ୍ୱ ଏଏସଆଇ ଉପରେ ନ୍ୟସ୍ତ ରହିଛି । ହେଲେ ବିଭିନ୍ନ ସମୟରେ ଏଏସଆଇର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିର ସ୍ଥିତି ଦୁର୍ବଳ ରହିଥିବା ବେଳେ ଏଏସଆଇ ତତ୍ପରତା ଦେଖିବାକୁ ମିଳୁନାହିଁ । ଅନ୍ୟପଟରେ AMASAR ଆକ୍ଟର ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇ ଶ୍ରୀମନ୍ଦିର ଚଉହଦୀରେ ନିର୍ମାଣ ଜାରି ରହିଥିବା ବେଳେ ଚିଠି କରି ନିଜ ଉପରୁ ଦୋଷା ଖାସାଉଛି ଏଏସଆଇ । ଏମିତିକି ହାଇକୋର୍ଟଙ୍କୁ ସତ୍ୟପାଠ ଦେବା ପରିବର୍ତ୍ତେ ସମୟ ଗଡେଇ ଆସୁଛି । ଆଉ ଏଏସଆଇର ଏ ପ୍ରକାର ଆଭିମୁଖ୍ୟ ବଡ ନିର୍ମାଣକୁ ସହାୟକ ହେଉଛି।  ଏନେଇ ଆଜି ଆଠ ଦଫା ଦାବିପତ୍ର ସହ ଏଏସଆଇ ଅଫିସ ଘେରିଛି ସେନା।

ଉଲ୍ଲେଖଯୋଗ୍ୟ, ବିରୋଧୀ ଏବଂ ବୁଦ୍ଧିଜାବୀ କହିଛନ୍ତି, ଏଏସଆଇର ନିୟମ ଅନୁସାରେ ଶହେ ମିଟର ପରିଧି ଭିତରେ କୌଣସି ଖନନ କାମ ହୋଇପାରିବ ନାହିଁ । ଏପରି ସ୍ଥିତିରେ ରାଜ୍ୟ ସରକାର ବିକାଶ ନାଁରେ ବିନାଶ କାମ କରୁଛନ୍ତି ବୋଲି ବିରୋଧୀ କହିଛନ୍ତି । କାରଣ ପୁରୀ ଜଗନ୍ନାଥ ମନ୍ଦିର ବହୁ ପୁରୁଣା । ତେଣୁ ମନ୍ଦିର ଆଖପାଖରେ ଖନନ ହେଲେ ମନ୍ଦିର ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି  ତେଣୁ ଏହା ବେଆଇନ କାମ ବୋଲି ବିରୋଧୀ କହିଛନ୍ତି ।

ଏହାକୁ ସଂସଦରେ ଉଠାଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ପରେ ପୁରୀ ସାଂସଦ ସଂସଦରେ କହିଥିଲେ, କୌଣସି ଖନନ ହେଉନି । ୪ଟି ଶୌଚାଳୟ ତିଆରି ହେଉଛି । ଅନ୍ୟପଟେ ଜିଲ୍ଲାପାଳ ସମର୍ଥ ବର୍ମା ଏ ସଂକ୍ରାନ୍ତରେ ଅଧା ମୋଡା ପ୍ରେସ ରିଲିଜ ଦେଖାଇ କହିଥିଲେ ଏଏସଆଇ ଖନନ କାମକୁ ଅନୁମତି ଦେଇଛନ୍ତି । ପ୍ରକଳ୍ପ କାମକୁ ଏନଏମଏ ଅନୁମତି ଦେଇଛି ବୋଲି ବିଜେଡି ନେତା ତଥା ପୁରୀ ସାଂସଦ କହିଥିଲେ। ଅନ୍ୟପଟେ ମାମଲା ହାଇକୋର୍ଟରେ ପହଞ୍ଚିଛି । ଉଭୟ ରାଜ୍ୟ ସରକାର ଏବଂ ଏଏସଆଇକୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଅନ୍ୟପଟେ ଆରଟିଆଇ ଜରିଆରେ ମିଳିଥିବା ସୂଚନା ଅନୁଯାୟୀ ଐତିହ୍ୟ ପ୍ରକଳ୍ପ ବାବଦରେ ଏଏସଆଇ ପାଖରେ କୌଣସି ତଥ୍ୟ ନାହିଁ।

Leave A Reply

Your email address will not be published.