Latest Odisha News

BREAKING NEWS

ବିଶ୍ବସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ, ୨୦୨୭ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ପୁରୀ: ପୁରୀକୁ ଏକ ବିଶ୍ବସ୍ତରୀୟ ରେଳ ଷ୍ଟେସନ ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି ପୁରୀ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ଆସନ୍ତା ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

୧୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ପୁରୀ ରେଳ ଷ୍ଟେସନ ଆସନ୍ତା ମାର୍ଚ୍ଚରେ ପୂର୍ଣ୍ଣାଙ୍ଗ ରୂପ ନେବ। ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଯାତ୍ରୀଙ୍କ ରହଣୀ ପାଇଁ ଶହେଟି କୋଠରୀ ନିର୍ମାଣ କରାଯାଉଛି । ଷ୍ଟେସନରେ ରହିବ ଫ୍ରି ୱାଇ-ଫାଇ, ୱାନ୍‌ ଷ୍ଟେସନ୍‌, ୱାନ୍‌ ପ୍ରଡକ୍ଟ କିଓସ୍କ । ୬ଟି ଏସ୍କେଲେଟର ସହ ରହିବ ୫ଟି ଲିଫ୍ଟ । ଟପ୍ ଫ୍ଲୋରରେ ୧୫୦ ବେଡ୍‌ ଯୁକ୍ତ ହଲ୍ ରହିବ । ବ୍ୟାରିୟର-ଫ୍ରି ପ୍ରବେଶ-ପ୍ରସ୍ଥାନ ସୁବିଧା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ।

ରାଜ୍ୟପାଳ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା-୨୦୨୭ ପୂର୍ବରୁ ପୁରୀ ରେଳ ଷ୍ଟେସନ ଉନ୍ନୟନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଆବଶ୍ୟକ । ଯାହାଦ୍ୱାରା ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ ଓ ଯାତ୍ରୀ ଆଧୁନିକ ସୁବିଧାର ଲାଭ ଉଠାଇପାରିବେ । କାର୍ଯ୍ୟର ନିୟମିତ ତଦାରଖ, ସାପ୍ତାହିକ ସମୀକ୍ଷା ଏବଂ ରେଳବାଇ ଓ ରାଜ୍ୟ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ ।

Leave A Reply

Your email address will not be published.