Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ପହଞ୍ଚିଲା ରଥଯାତ୍ରା ପ୍ରସଙ୍ଗ

ପୁରୀ: ସୁପ୍ରିମକୋର୍ଟରେ ପହଁଚିଛି ରଥଯାତ୍ରା ବନ୍ଦ ପ୍ରସଙ୍ଗ । ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଆଇନଜୀବୀ ରଂଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି । ବଡ କଥା ହେଉଛି ଏହି ଆବେଦନ ସୁପ୍ରିମକୋର୍ଟରେ ଗ୍ରହଣ ହୋଇଥିବା ବେଳେ ଶୁଣାଣି ପାଇଁ ରହିଛି । ଏହି ଆବେଦନରେ କେନ୍ଦ୍ର ସରକାର, ରାଜ୍ୟ ସରକାର , ପୁରୀ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟିକୁ ପକ୍ଷଭୁକ୍ତ କରାଯାଇଛି ।

ଅବେଦନକାରୀ ପୂର୍ବରୁ ରଥଯାତ୍ରା ବନ୍ଦ କରିବା ପାଇଁ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ରାୟରେ କହିଥିଲେ ଯେ, ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କିନ୍ତୁ ରାଜ୍ୟ ସରକାର ଏଯାଏ କିଛି ବି ସ୍ପଷ୍ଟ କରିନାହାଁନ୍ତି । ରଥଯାତ୍ରା ହେଲେ କିଭଳି ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ବୋଲି ଆଶଙ୍କା କରି ସୁପ୍ରିମକୋର୍ଟ ଯାଇଛନ୍ତି ଆବେଦନକାରୀ । ମାମଲା ସୋମବାର ଶୁଣାଣି ହୋଇପାରେ ।

Leave A Reply

Your email address will not be published.