ପୁରୀ: ପୁରୀର ମଙ୍ଗଳାହାଟ ନିକଟରେ ବୁଧବାର ବିଳମ୍ବିତ ରାତିରେ ଆସୁଥିବା ଏକ ଅଟୋ ଭାରସମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ଏଥିରେ ଆଘାତପ୍ରାପ୍ତ ହୋଇଥିଲେ । ଠିକ ସେହି ସମୟରେ ପୁରୀ ଆରଟିଓ ରବିନ ପଟ୍ଟନାୟକ ପୋଲିସ ଏନଫୋର୍ସମେଂଟ ସହିତ ସେହି ବାଟେ ଯାଉଥିଲେ । ସେ ସଙ୍ଗେ ସଙ୍ଗେ ନିଜ ଅଫିସ ଗାଡିରେ ଆହତଙ୍କୁ ଡାକ୍ତରଖାନା ପଠାଇବାକୁ ବ୍ୟବସ୍ଥା କରିଥିଲେ । ଏବେ ସେମାନେ ବିପଦମୁକ୍ତ ଅଛନ୍ତି । ସୂଚନାଯୋଗ୍ୟ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା ଯୋଗାଇବାରେ ସହଯୋଗ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯାଇଥାଏ । ଆରଟିଓ ନିଜେ ସହଯୋଗ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଯୋଗାଇଛନ୍ତି । ଏହା ଦ୍ୱାରା ଅନ୍ୟମାନେ ଆହତଙ୍କୁ ଡାକ୍ତରଖାନା ନେବାକୁ ଭୟ କରିବେ ନାହିଁ ।
BREAKING NEWS
- Bangladesh incident :ବାଂଲାଦେଶ ଘଟଣାକୁ ନିନ୍ଦା କଲେ ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର
- ଜାନୁଆରୀ ୨୧ରେ ଓଏସ୍ଏସ୍ଟିଇଟି ପରୀକ୍ଷା
- ବାଂଲାଦେଶରେ କଳାକାରଙ୍କୁ ଆକ୍ରମଣ, କନସର୍ଟରେ ଭଙ୍ଗାରୁଜା…
- ୬୦ ବର୍ଷରେ ସଲମାନ ଖାନ, ଏବେବି କମିନି ଚାର୍ମ…
- କୋଭିଡ-୧୯ ମହାମାରୀ ପରେ ଦେଶରେ ବଡ ସଙ୍କଟ ବାୟୁ ପ୍ରଦୂଷଣ
- ନନ୍ଦନକାନନରେ ପୁଣି ଆରମ୍ଭ ବୋଟିଂ ସେବା
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍ଘାଟିତ; ୩୫୦ ନୃତ୍ୟଶିଳ୍ପୀଙ୍କ ଅଂଶଗ୍ରହଣ, ଭାରତ ବାହାରୁ ୧୫…
- ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୫ମ ଓ ୬ଷ୍ଠ ଦିନରେ ୪୨୧ ମାମଲା ରୁଜୁ,୨.୧୭ କୋଟି ମୂଲ୍ୟର…
- ଚଳିତ ମାସରୁ SOG ଯବାନ ଓ ଅଫିସରଙ୍କ Risk Allowance ହେଲା ବୃଦ୍ଧି
- ଆତଙ୍କବାଦ ଉପରେ ‘୩୬୦-ଡିଗ୍ରୀ’ପ୍ରହାର ପାଇଁ ପ୍ରସ୍ତୁତ:ଅମିତ ଶାହ
Comments are closed.