Latest Odisha News

BREAKING NEWS

ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟିରୁ ଅଧିକ ଟଙ୍କାର ଦକ୍ଷିଣା: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଗତ ଜାନୁଆରୀ ୧୭ ତାରିଖରେ ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଛି । ତେବେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ପୁର ପଲ୍ଲୀରେ ବୁଲିଥିଲା ଅର୍ପଣ ରଥ । ଶ୍ରଦ୍ଧା ଓ ଭକ୍ତି ସହକାରେ ମହାପ୍ରଭୁଙ୍କ ନିମନ୍ତେ ଅରୁଆ ଚାଉଳ, ଗୁଆ, ନଡିଆ ଓ ଦକ୍ଷିଣା ପ୍ରଦାନ କରିଥିଲେ ଲୋକେ ।

ତେବେ ବର୍ତ୍ତାମନ ଏହି ଦକ୍ଷିଣାର ପରିମାଣ ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ଜାନୁଆରୀ ୨୨ ତାରିଖ ରୁ ଫେବ୍ରୁଆରୀ ୭ ତାରିଖ ମଧ୍ୟରେ ଏହି ଅର୍ଥରାଶି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଥିବା ନେଇ ମନ୍ଦିର ପ୍ରଶାସନ ସୂଚନା ଦେଇଛି । ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରୁ ଏହି ଦକ୍ଷିଣା ଭକ୍ତମାନେ ଶ୍ରୀମନ୍ଦିରକୁ ଦେଇଛନ୍ତି ।

ଅନ୍ୟପଟେ, ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଥିଲା । ମହାପ୍ରଭୁଙ୍କ ଠାରେ ଲାଗି ହେବା ପରେ ଏହି ଖେଚୁଡ଼ିକୁ ଭକ୍ତମାନଙ୍କୁ ବଣ୍ଟାଯାଇଥିଲା । ହେଲେ ଗାଁ ଗାଁ ବୁଲି ଅର୍ପଣ ରଥ ଆଣିଥିବା ଅରୁଆ ଚାଉଳରେ ଉଷୁନା ଚାଉଳ ମିଳିଥିବା ନେଇ ଅଭିଯୋଗ ଆଣିଥିଲେ ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ୟ ଦାମୋଦର ମହାସୁଆର । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ଠାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.