Latest Odisha News

BREAKING NEWS

ପାକିସ୍ତାନରେ ଭୋଟ ଦେବା ପରେ ନଖରେ ନୁହେଁ ଏହି ସ୍ଥାନରେ ଲାଗେ କାଳି…

ପାକିସ୍ତାନରେ ଚାଲିଛି ସାଧାରଣ ନିର୍ବାଚନ । ଭାରତ ପରି ପାକିସ୍ତାନରେ ମଧ୍ୟ ଭୋଟ୍ ଦେବା ପରେ ହାତ କାଳି ଚିହ୍ନ ଲଗାଯାଏ । କିନ୍ତୁ ଭାରତରେ ଏହି କାଳି ଚିହ୍ନ ନଖରେ ଲଗାଯାଉଥିବା ବେଳେ ପାକିସ୍ତାନର ଏହି କାଳି ଚିହ୍ନ ଅଲଗା ସ୍ଥାନରେ ଲଗାଯାଏ ।

ନୂଆଦିଲ୍ଲୀ: ଭାରତରେ ଯେତେବେଳେ ନିର୍ବାଚନ ହୁଏ ସେତେବଳେ ସବୁ ସ୍ଥାନରେ ଆପଣ ଗୋଟିଏ ଜିନିଷ ତ ନିଶ୍ଚୟ ଦେଖିଥିବେ । ଯେତେବେଳେ କୌଣସି ମତଦାତା ଭୋଟ୍ ଦେବାକୁ ମତଦାନ କେନ୍ଦ୍ରକୁ ଯାଆନ୍ତି ସେତେବେଳେ ସେ ମତଦାନ କରି ସାରିବା ପରେ ତାଙ୍କ ନଖରେ ଏକ ନୀଳ ରଙ୍ଗର କାଳି ଲଗାଯାଏ । ନିର୍ବାଚନ ପରିଚାଳନା କରୁଥିବା ସମ୍ପୃକ୍ତ ଅଧିକାରୀମାନେ ମତଦାତାଙ୍କ ବାମ ହାତର ଆଙ୍ଗୁଠି ନଖରେ ଏହି ନୀଳ ରଙ୍ଗ ଲଗାଇଥାନ୍ତି | ଯାହା ଦ୍ଵାରା କିଏ ଭୋଟ୍ ଦେଇଛନ୍ତି ଏବଂ କିଏ ଦେଇ ନାହାଁନ୍ତି ତାହା ଜଣା ପଡିବ ।

ତେବେ ବର୍ତ୍ତମାନ ପାକିସ୍ତାନରେ ଚାଲିଛି ସାଧାରଣ ନିର୍ବାଚନ । ଭାରତ ପରି ମଧ୍ୟ ପାକିସ୍ତାନରେ ଭୋଟ୍ ଦେବା ପରେ ହାତରେ ଏହିପରି ଚିହ୍ନ ଲଗାଯାଏ । କିନ୍ତୁ ଭାରତରେ ଭୋଟ୍ ଦେବା ପରେ ଲଗାଯାଉଥିବା ଚିହ୍ନ ଠାରୁ ଏହା ଭିନ୍ନ ।

ଭାରତରେ ଏହି ଚିହ୍ନ ବାମ ହାତର ନଖରେ ଲଗାଯାଉଥିବା ବେଳେ ପାକିସ୍ତାନରେ ଏହି ଚିହ୍ନ ବାମ ହାତର ଆଙ୍ଗୁଠିରେ ଲଗାଯାଏ । ପାକିସ୍ତାନରେ ମଧ୍ୟ ଲଗାଯାଉଥିବା ଏହି ଚିହ୍ନର କାରଣ ଭାରତ ସହ ସମାନ । କିଏ ଭୋଟ ଦେଇଛି ତାହା ଜାଣିବା ପାଇଁ ଏହି ଚିହ୍ନ ଲଗାଯାଏ ।

ତେବେ ଭୋଟ୍ ଦେବା ପରେ ହାତରେ ଯେଉଁ କାଳି ଲଗାଯାଏ ତାହାକୁ ନିର୍ବାଚନ ଇଙ୍କ୍ ଏବଂ ଇଣ୍ଡେଲିବଲ ଇଙ୍କ୍ କୁହାଯାଏ | ଯାହା ପ୍ରୟୋଗ ହେବା ପରେ ୭୨ ଘଣ୍ଟା ଯାଏଁ ଲିଭାଯାଇପାରିବ ନାହିଁ | ଏହାର ଅର୍ଥ ହେଉଛି ଯେ ଥରେ ଜଣେ ବ୍ୟକ୍ତି ଭୋଟ୍ ଦେଲେ ସେ ଆଉଥରେ ଭୋଟ୍ ଦେଇ ପାରିବେ ନାହିଁ |

 

Leave A Reply

Your email address will not be published.