Latest Odisha News

BREAKING NEWS

ବସ୍ତି ତାଲିକାରେ ସାମିଲ କରିବାକୁ ଦାବି 

ପୁରୀ : ପୁରୀ ବସ୍ତି ତାଲିକାରେ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ।  ପୁରୀ ପୌରସଂସ୍ଥା ଅନ୍ତର୍ଗତ ବିଜୁ ନଗର ବସ୍ତି , ମା ହରଚଣ୍ଡୀ ବସ୍ତି ଏବଂ ମା ତାରିଣୀ ବସ୍ତିକୁ ପୁରୀ ସହରର ବସ୍ତି ତାଲିକାରେ ସାମିଲ କରିବାକୁ ଦାବି  ।ସୋମବାର ତିନି ବସ୍ତିର ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରଛନ୍ତିି । ଦାବିପତ୍ରରେ ଉଲେଖ କରାଯାଇଛି ପୁରୀ ପୌରସଂସ୍ଥା ଅନ୍ତର୍ଗତ ୩୧ ନମ୍ବର ୱାର୍ଡରେ ବିଜୁ ନଗର ବସ୍ତି , ମା ହରଚଣ୍ଡୀ ବସ୍ତି ଏବଂ ମା ତାରିଣୀ ବସ୍ତି ରହିଛି । ଏହି

ତିନୋଟି ବସ୍ତି ଦୀର୍ଘ ୧୫ ବର୍ଷ ହେଲାଣି ଡିଆଇଜି କଲୋନୀ ପଛପଟେ ଧୋବାଖାଲ ଅଞ୍ଚଳରେ ଝୁମ୍ପୁଡି ଘରକରି ବସବାସ କରିଆସୁଛନ୍ତି । ବସ୍ତି ବାସିନ୍ଦାଙ୍କ ନିକଟରେ ୨୦୧୧-୧୨ ରେ ହୋଇଥିବା ଜନଗଣନ ସର୍ଭେ କାଗଜପତ୍ର , ଭୋଟର ପରିଚୟ ପତ୍ର , ଆଧାର କାର୍ଡ , ବିଦ୍ୟୁତ ବିଲ , ପାନୀୟଜଳ ବିଲ ଏବଂ ଖାଉଟି କାର୍ଡ ମଧ୍ୟ ବସ୍ତି ଠିକଣାରେ ରହିଛି । ସେହିପରି ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବିଭିନ୍ନ ଦେୟ ମଧ୍ୟ ପୈଠ କରୁଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ ପୁରୀ ବସ୍ତି ତାଲିକାରେ ତିନିଗୋଟି ନାମ ନାହିଁ ।

ସର୍ଭେ ଅନୁଯାୟୀ ତାଲିକାରେ ନାମ ଥିବା ବସ୍ତି ଗୁଡିକରେ ସରକାରଙ୍କ ତରଫରୁ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ତାଲିକାରେ ନାମ ନଥିବାରୁ ସଂପୃକ୍ତ ବସ୍ତି ଗୁଡିକ ସରକାରଙ୍କ ଯୋଜନାରୁ ବାଦ ପଡିଲେ । ତେଣୁ ପ୍ରଶାସନ ଏହି ଘଟଣାର ତଦନ୍ତ କରି ତିନିଗୋଟି ବସ୍ତିକୁ ତାଲିକାରେ ଯୋଗ କରି ସରକାରୀ ସହାୟତା ତାଲିକାରେ ପଞ୍ଜିକରଣ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.