Latest Odisha News

ଇ-ରୁପିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କ୍ୟାସ ଲେସ ଏବଂ କଂଟାକ୍ଟଲେସ ପେମେଂଟକୁ ଅଗ୍ରାଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭର୍ଚୁଆଲ କାର୍ଯ୍ୟକ୍ରମରେ ଇ-ରୁପିର ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ଏହାକୁ ପ୍ରସ୍ତୁତ କରିଛି । ଇ-ରୁପି ହେଉଛି ଏକ କ୍ୟୁଆର କୋଡ ବା ଏସଏମଏସ ଭିତିକ ଇ-ଭାଉଚର ଯାହା ହିତାଧିକାରୀଙ୍କ ଫୋନକୁ ପଠାଯାଇଥାଏ ।

ଏହା ଦ୍ୱାରା କୌଣସି କାର୍ଡ, ଡିଜିଟାଲ ପେଂମେଟ ଆପ ଓ ଇଂଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର ନ କରି ଇ-ଭାଉଚର ପଠାଯାଇ ପାରିବ । ୟୁପିଆଇ ପ୍ଲାଟଫର୍ମରେ ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଏନପିସିଆଇ ଏହାକୁ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.