ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥାରେ କୋହଳ ହୋଇପାରେ । ଉଠିପାରେ କୋଭିଡ୍ ଟେନେଗିଭ୍ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଦର୍ଶନ ବ୍ୟବସ୍ଥା ନେଇ ଏଠାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ସପ୍ତାହେ ଧରି ହୋଇଥିବା ଦର୍ଶନ ବ୍ୟବସ୍ଥାର ସମୀକ୍ଷା ହେବ । ବର୍ତ୍ତମାନ କୋଭିଡ୍ କଟକଣା ଭିତରେ ଚାଲିଥିବା ଦର୍ଶନ ବ୍ୟବସ୍ଥାରେ କଣ ପରିବର୍ତ୍ତନ ଅଣାଯାଇପାରିବ ? ସେନେଇ ସମସ୍ତଙ୍କ ମତାମତ ଲୋଡ଼ିପାରେ ଶ୍ରୀମନ୍ଦିର ପ୍ରଶାସନ । କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ।

ଯାହାର ନେଗେଟିଭ୍ ରିପୋର୍ଟ ନାହିଁ ସେମାନେ କାଳିଆ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଏନେଇ ସାଧାରଣ ଭକ୍ତଙ୍କ ମନରେ କ୍ଷୋଭ । କୋଭିଡ୍ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରି ପାରୁନଥିବା ଭକ୍ତ କିଭଳି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବ ସେନେଇ ଆଜିର ବୈଠକରେ ଆଲୋଚନା ହୋଇପାରେ ।
କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବଳବତ୍ତର ରହିବ ନା ପ୍ରତ୍ୟାହାର କରାଯିବ ସେ ସମ୍ପର୍କରେ ବି ହୋଇପାରେ ଆଲୋଚନା । ପୁରୀରେ ପର୍ଯ୍ୟଟକଙ୍କ କୋଭିଡ ପରୀକ୍ଷା ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରୀଜଗନ୍ନାଥପ୍ରେମୀ ଓ ଭକ୍ତ ଦର୍ଶନ ନକରି ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଆଜିର ବୈଠକ ପରେ ନିଷ୍ପତ୍ତି ହୋଇପାରେ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.