ପୁରୀ : ପୁଣି ଓଲଟା ଦ୍ରୁତ ଚିତ୍ର ଆଙ୍କି ଚର୍ଚ୍ଚାରେ ପୁରୀର ଯୁବଶିଳ୍ପୀ ଆୟୁଷ୍ ମହାପାତ୍ର। ପବିତ୍ର ବିଜୟାଦଶମୀ ଅବସରରେ ମା ଦୁର୍ଗାଙ୍କର ସ୍ପିଡ୍ ପେଣ୍ଟିଂ କରିଥିଲେ ଆୟୁଷ୍ । ମା ଦୁର୍ଗାଙ୍କ ଭଜନରୁ ଆୟୁଷ ରିଭର୍ସ ସ୍ପିଡ୍ ପେଣ୍ଟିଙ୍ଗ ଆରମ୍ଭ କରିଥିଲେ ଏବଂ ଭଜନ ଶେଷ ହେବା କ୍ଷଣି ଆୟୁଷଙ୍କ ଏହି ସ୍ପୀଡ ପେଣ୍ଟିଂ ଶେଷ ହୋଇଥିଲା । ଏହି ପେଣ୍ଟିଂ ପାଇଁ ତାଙ୍କୁ ମାତ୍ର ୭ ମିନିଟ୍ ଲାଗିଥିଲା ।
ନିଜ ଦୁଇ ହାତରେ ଏବଂ ଓଲଟା କରିଥିଲେ ପୁରୀ ମଧୁବନ ୫ମ ଲେନ୍ ଏହି ଯୁବ ଶିଳ୍ପୀ ଆୟୁଷ।ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ନିଗେରିଆ ସରକାରଙ୍କ ଦ୍ବାରା ଆୟୁଷ ପୁରସ୍କୃତ ହୋଇଛନ୍ତି। ସେ ଶ୍ରୀଜଗନ୍ନାଥ,ପ୍ରଭୁ ଶ୍ରୀକୃଷ୍ଣ,ଶ୍ରୀ ଗଣେଶ ଓ ମା ସରସ୍ବତୀଙ୍କ ଓଲଟା ପେଣ୍ଟିଂ କରି ବେଶ୍ ପ୍ରଶଂସିତ ହୋଇପାରିଛନ୍ତି ।
Comments are closed.