ମାଡ୍ରାସ: ୨୦୨୧ରେ ରିଲିଜ ହୋଇଥିବା ଅଲ୍ଲୁ ଅର୍ଜୁନ, ରଶ୍ମିକା ମାନ୍ଦାନାଙ୍କ ପୁଷ୍ପା ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଦର୍ଶକମାନେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ବେଶ ପସନ୍ଦ କରିଥିଲେ । ଏହାର ପାର୍ଟ ୨ ଘୋଷଣା ହେବା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ଏବେ ଏ ଭଳି ଏକ ଖବର ହସ୍ତଗତ ହୋଇଛି ଯାହାକି ସେମାନଙ୍କୁ ଶକ୍ତ ଧକା ଲାଗିବ । ରିପୋର୍ଟ ମୁତାବକ ନିର୍ଦ୍ଦେଶକ ସୁକୁମାର ପୁଷ୍ପା ୨ର ଏ ପର୍ଯ୍ୟନ୍ତ କରାଯାଇଥିବା ଶୁଟିଂର ରେଜଲ୍ଟ ନେଇ ସନ୍ତୁଷ୍ଟ ନାହାନ୍ତି । ସେଥିପାଇଁ ଫିଲ୍ମର ଶୁଟିଂକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଭାଇଜାଗରେ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଏହାର ଶୁଟିଂ କରାଯାଇଥିଲା । ତେବେ ପୁନର୍ବାର ଏହାର ଶୁଟିଂ କେବେ ହେବ ତାହା ଘୋଷଣା କରାଯାଇ ନାହିଁ ।
ସୁକୁମାର ସ୍କ୍ରିପ୍ଟରେ ପରିବର୍ତନ କରିବା ସହ ସମସ୍ତ ଦୃଶ୍ୟ ପୁନର୍ବାର ଶୁଟିଂ କରିବା ପାଇଁ ଚାହୁଁଛନ୍ତି । ପୂର୍ବରୁ ଚଳିତ ବର୍ଷ ଶେଷ ଭାଗରେ ଏହା ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ବର୍ତମାନ ଏହା ସମ୍ଭବପର ନୁହେଁ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହାର ପ୍ରକୃତ କାରଣ ସମ୍ପର୍କରେ ସୁକୁମାର କୌଣସି ବୟାନ ଦେଇ ନାହାନ୍ତି ।
Comments are closed.