Latest Odisha News

BREAKING NEWS

ଟ୍ରେନ୍‌ରୁ ଡେଇଁଲେ ଯାତ୍ରୀ, ଚଢ଼ିଗଲା ଆଉ ଏକ ଟ୍ରେନ୍‌; ୧୧ ମୃତ

ଜଲଗାଓଁ : ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ବୁଧବାର ସନ୍ଧ୍ୟା ପ୍ରାୟ ୫.୪୭ ସମୟରେ ଜଲଗାଓଁ ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ଟ୍ରେନ ଜଲଗାଓଁ ପରାଣ୍ଡେ ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହି ଦୁର୍ଘଟଣା ଘଟିଛି। ଏହାସହ ଟ୍ରେନରେ ନିଆଁ ଲାଗିଯିବା ଗୁଜବ କାରଣରୁ ଉତ୍ତେଜନା ପ୍ରକାଶ ପାଇଥିଲା। ନିଆଁ ଲାଗିବା ଜାଣି ଟ୍ରେନରେ ଥିବା ଯାତ୍ରୀମାନେ ଚେନ ପୁଲିଙ୍ଗ କରିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସ ଅଟକିବା ମାତ୍ରେ ବଗିରୁ ଲୋକମାନେ ଡେଇଁବା ଆରମ୍ଭ କରିଥିଲେ। ଏହି ସମୟରେ ସାମନା ପତରୁ କର୍ଣ୍ଣାଟକ ଏକ୍ସପ୍ରେସ ଆସୁଥିବାରୁ ବଗିରୁ ଡେଉଁଥିବା କେତେକ ଯାତ୍ରୀ ଟ୍ରେନ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଏହି କାରଣରୁ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ କିଛି ସମୟରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ମୃତକମାନଙ୍କ ଚିହ୍ନଟ ପରେ ସେମାନଙ୍କ ପରିବାରକୁ ଦିଆଯିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ପ୍ରାୟ ୫୦ ଜଣ ବଗିରୁ ଡେଇଁଥିବା ଅନୁମାନ କରାଯାଉଛି। ତେବେ ଟ୍ରେନର ଥାର୍ଡ ଏସିରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

ନ୍ୟାସନାଲ ଟ୍ରେନ ସିଷ୍ଟମ ଅନୁସାରେ, ଘଟଣା ସ୍ଥଳରୁ ଏକ୍ସପ୍ରେସ ଟ୍ରେନ ମୁମ୍ବାଇ ପଠାଇ ଦିଆଯାଇଛି। ପୁଷ୍ପକ ଏକ୍ସପ୍ରେସ ଲକ୍ଷ୍ନୌ ଦେଇ କାନପୁର, ଓରାଇ, ଝାନସୀ, ଲଳିତପୁର, ଭୋପାଳ, ହବିବଗଞ୍ଜ, ଇତାରସି ଏବଂ ଖଣ୍ଡୱା ଦେଇ ଭୁସାଭଲରେ ପହଞ୍ଚିଥାଏ। ଏହା ପରେ ଟ୍ରେନଟି ମନମାଡ ଜଙ୍କସନ, ନାସିକ, କଲ୍ୟାଣ ଏବଂ ତା’ପରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ରେଳ ଷ୍ଟେସନରେ ପହଞ୍ଚିଥାଏ।

Comments are closed.