ୱାଶିଂଟନ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଟ୍ରମ୍ପ କହିଛନ୍ତି ଯେ ଯଦି ପୁଟିନ ଯୁଦ୍ଧର ଅନ୍ତ ତଥା ସମାଧାନ ପାଇଁ ଆଲୋଚନା କରିବାକୁ ରାଜି ନହୁଅନ୍ତି ତେବେ ଆମେରିକା ଋଷ ଉପରେ କଟକଣା ଲଗାଇବ। ସେ ସର୍ବଦା ପୁଟିନଙ୍କ ସହ କଥାବାର୍ତ୍ତା କରିବାକୁ ଏବଂ ତାଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବାକୁ ପ୍ରସ୍ତୁତ।
ସେ ଆହୁରି ମଧ୍ଯ କହିଛନ୍ତି ଯେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ଉଚିତ୍ ନଥିଲା। ସେଠାରେ ପରିସ୍ଥିତି ଭୟଙ୍କର ହୋଇପଡିଥିଲା ବେଳେ ଲକ୍ଷ ଲକ୍ଷ ଲୋକ ଜୀବନ ହାରୁଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବାକୁ କେବେ ସାହସ କରିନଥିଲା। ମୁଁ ସେ ସମୟରେ ରାଷ୍ଟ୍ରପତି ଥିଲେ ଏଭଳି ହୋଇନଥାନ୍ତା।
ଅପରପକ୍ଷରେ ଆମେରିକାରୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ଏହାର ସମୀକ୍ଷା କରାଯାଉଛି। ସମାଧାନ ନେଇ ସେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦୁମିର ଜେଲେନସ୍କିଙ୍କ ସହ କଥା ହେଉଛନ୍ତି। ଖୁବ୍ଶୀଘ୍ର ପୁଟିନଙ୍କ ସହ ମଧ୍ୟ କଥା ହେବେ ବୋଲି କହିଛନ୍ତି ଟ୍ରମ୍ପ।
କାରଣ ଜେଲେନସ୍କି ଶାନ୍ତି ଚାହାଁନ୍ତି। ଏଥିପାଇଁ ଉଭୟ ପକ୍ଷ ଅର୍ଥାତ୍ ଋଷ ଏବଂ ୟୁକ୍ରେନକୁ ଆଲୋଚନା କରିବାକୁ ପଡିବ। ଉଭୟଙ୍କ ମଧ୍ୟରେ ସହମତି ରହିବା ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି।
Comments are closed.