Latest Odisha News

ମେକ୍ସିକୋ ସମୂଦ୍ର କୂଳରେ ଦେଖିବାକୁ ମିଳିଲା ଓରାଫିଶ, ଆସିବ କି ବଡ ବିପଦ

ନୂଆଦିଲ୍ଲୀ: ମେକ୍ସିକୋ ସମୂଦ୍ର କୂଳରେ ଦୁର୍ଲଭ ଓରାଫିଶ ଦେଖିବାକୁ ମିଳିଛି । ଏହି ଡୁମ୍ସେଡ ମାଛକୁ ଦେଖିବା ମାତ୍ରେ ସେଠାରେ ଉପସ୍ଥିତ ସର୍ଫର୍ସ ମାନେ ଏହି ମାଛକୁ ଉଠାଇ ସମୂଦ୍ର ମଧ୍ୟକୁ ଛାଡିଥିଲେ । ଏକ ସର୍ଫବୋର୍ଡ ଆକାରର ଏହି ମାଛ ଶରୀର ସିଲଭର ଓ ନୀଳ ରଙ୍ଗର ଥିବା ବେଳେ ଏଥିରେ ଲାଲ ରଙ୍ଗର ପଙ୍ଖ ରହିଛି । ତେବେ ଏହି ମାଛକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ଆସିବାକୁ ଥିଲେ ଏହି ମାଛ କୂଳକୁ ଆସିଥାଏ । ତେବେ ବୈଜ୍ଞାନିକମାନେ ଏହାକୁ ସେମାନଙ୍କ ମନଗଢ଼ା ବୋଲି କହିଛନ୍ତି । ହୁଏତ କେତେକ ଘଟଣା ସଂଯୋଗବଶତଃ ଘଟିଥାଏ ପରେ ମାତ୍ର ଏହା ସତ୍ୟ ନୁହେଁ ବୋଲି ସେମାନେ କହିଛନ୍ତି ।

୨୦୧୧ରେ ଜାପାନରେ ବିନାଶକାରୀ ସୁନାମୀ ଆସିବା ମାସକ ପୂର୍ବରୁ ୨୦ ଓରାଫିଶ ସମୂଦ୍ର କୂଳରେ ଦେଖିବାକୁ ମିଳିଥିଲା । ଜାପାନର ପୌରାଣିକ କଥା ଅନୁସାରେ ଏହି ମାଛ ସମୂଦ୍ର ତଳେ ରହିଥାଏ । ଭୂମିକମ୍ପ ହେବା ପୂର୍ବରୁ କୂଳକୁ ଆସି ସଚେତନ କରାଇଥାଏ । ତେବେ ଏହାର ସତ୍ୟତା ନେଇ କୌଣସି ପ୍ରମାଣିକ ତଥ୍ୟ ନାହିଁ । ୨୦୨୪ରେ କାଲିଫୋର୍ଣ୍ଣିଆରେ ଏହି ମାଛ ଦେଖିବାକୁ ମିଳିଥିଲା । ଏହା ପରେ ସେଠାରେ ଭୂମିକମ୍ପ ହୋଇଥିଲା ।

Comments are closed.