Latest Odisha News

BREAKING NEWS

ଶ୍ରୀନଗରରେ ଟାର୍ଗେଟ କିଲିଂ: ପୋଲିସ ଅଧିକାରୀ ମୃତ, ଶିଶୁ କନ୍ୟା ଗୁରୁତର

ଶ୍ରୀନଗର: ସୌରାରେ ଆତଙ୍କବାଦୀମାନେ ପୁନର୍ବାର ଆଉ ଏକ ଟାର୍ଗେଟ କିଲିଂ କରିଛନ୍ତି । ସୈଫୁଲ୍ଲା କାଦ୍ରୀ ନାମକ ଜଣେ ପୋଲିସ ଅଧିକାରୀ ଛୋଟ ଝିଅକୁ କାନ୍ଧରେ ପକାଇ ଯାଉଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ ସୈଫୁଲ୍ଲା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିିକତ୍ସିତ ହେଉଛନ୍ତି । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରି ଆତତାୟୀଙ୍କୁ ଖୋଜୁଛି । ମେ ୧୩ରେ ପୁଲୱାମାରେ ଆତଙ୍କବାଦୀମାନେ ଜଣେ ପୋଲିସ ଅଫିସର ଉପରକୁ ଗୁଳିମାଡ କରିଥିଲେ ମଧ୍ୟ ସେ ଭାଗ୍ୟବଶତଃ ବର୍ତି ଯାଇଥିଲେ ।

ଲୋକଙ୍କୁ ଏହା ମାଧ୍ୟମରେ ଭୟଭୀତ କରାଇ ମୂଖ୍ୟ ସ୍ରୋତରୁ ହଟାଇବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ ଜାରୀ ରଖିଛନ୍ତି । ଏହା ପୂର୍ବରୁ ଯେଉଁ ଆତଙ୍କବାଦୀମାନେ ନିରୀହ ନାଗରିକଙ୍କୁ ଗୁଳି କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ପୋଲିସ ଏକକାଂଉଟର କରିଛି । ଘାଟିରେ ଭୟର ବାତାବରଣ ସୃଷ୍ଟି ହେଉଥିବାରୁ ସୁରକ୍ଷାକର୍ମୀ ଆହୁରି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.