Latest Odisha News

BREAKING NEWS

ଆମେରିକା ଉପରେ ବର୍ଷିଲେ ପୁଟିନ, କହିଲେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ଋଷ

ମୋଦିକୁ ଦେଶଭକ୍ତ କହି କଲେ ପ୍ରଶଂସା, କହିଲେ ବିଶ୍ବ ଏବେ ଭାରତକୁ ଶକ୍ତି ଦେଖିପାରୁଛି

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଆଠ ମାସ ଧରି ଚାଲିଛି ଯୁଦ୍ଧ । ଏହାରି ମଧ୍ୟରେ ପରମାଣୁ ଯୁଦ୍ଧକୁ ନେଇ ଆମେରିକାଠାରୁ ଆରମ୍ଭ କରି ୟୁକ୍ରେନ ସହ ସାରା ବିଶ୍ବରେ ନେତାମାନେ ନିଜ ନିଜର ମତ ରଖୁଛନ୍ତି ।  ପୁଟିନଙ୍କ ମତିଗତିକୁ ନେଇ ବିଶ୍ବରେ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏଭଳି ଆଶଙ୍କାକୁ ନେଇ ଆମେରିକା ଉପରେ ବର୍ଷିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷକୁ ବଦନାମ କରିବା ପାଇଁ ପଶ୍ଚିମ ଦେଶମାନେ ଏଭଳି ବିଭ୍ରାନ୍ତି ମୂଳକ କଥା କହୁଥିବା ପୁଟିନ କହିଛନ୍ତି ।

ପୁଟିନ ସ୍ପଷ୍ଟ କରିଛନ୍ତି ଯେ ରୁଷ ୟୁକ୍ରେନ ଯୁଦ୍ଧରେ ପରମାଣୁ ଆକ୍ରମଣ କରିବ ନାହିଁ ।  ପୁଟିନ କହିଛନ୍ତି, ୟୁକ୍ରେନରେ ଆଣବିକ ଅସ୍ତ୍ର ବ୍ୟବହାର କରିବାର ମସ୍କୋର କୈାଣସି ଉଦ୍ଦେଶ୍ୟ ନାହିଁ।  ରାଷ୍ଟ୍ରପତି ପୁଟିନ ଆମେରିକାକୁ ଟାର୍ଗେଟ କରି କହିଛନ୍ତି ଯେ ଡଲାରକୁ ଅସ୍ତ୍ର ଭାବରେ ବ୍ୟବହାର କରି ଆମେରିକା ଆନ୍ତର୍ଜାତୀୟ ଅର୍ଥକୁ ବଦନାମ କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରଠାରୁ ଆମେ ସବୁଠାରୁ ବିପଜ୍ଜନକ ଦଶନ୍ଧିର ସମ୍ମୁଖୀନ ହେଉଛୁ। ଆମ ଭିତରେ ଆମେରିକା ପଶି ଅର୍ଥକୁ ଅନର୍ଥ କରୁଥିବା ସେ ଅଭିଯୋଗ କରିଛନ୍ତି ।

ଆନ୍ତର୍ଜାତୀୟ ନୀତି ବିଶେଷଜ୍ଞଙ୍କ ଏକ ସମ୍ମିଳନୀରେ ପୁଟିନ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ୟୁକ୍ରେନ ବିପକ୍ଷରେ ବିପଜ୍ଜନକ ଯୁଦ୍ଧ କରିବାକୁ ଉତ୍ସାହିତ କରୁଥିବା କହିଛନ୍ତି ।  ପୁଟିନ କହିଛନ୍ତି ଯେ ପଶ୍ଚିମଦେଶମାନେ ଯେଉଁ ଖେଳ କରୁଛନ୍ତି ତାହା ବିପଜ୍ଜନକ ଏହାକୁ ସେ ଡାର୍ଟି ଗେମ କହିଛନ୍ତି ।

ଏହା ସହ ପୁଟିନ ଏହା ମଧ୍ୟ କହିଥିଲେ ଯେ ଯଦି ଆବଶ୍ୟକ ପଡେ ତେବେ ସେ ସେ ଆମେରିକା ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ । ସେ କହିଛନ୍ତି ଯେ ଆମେ ଆମେରିକା ସହ ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଉପରେ  ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ।  କିନ୍ତୁ ଆମେରିକାରୁ ରୁ ସେଭଳି ପ୍ରତିକ୍ରିୟା ପାଇ ନଥିବା କହିଛନ୍ତି ପୁଟିନ । ଏହା ସହ ପୁଟିନ  ଚୀନ୍‌କୁ ତାଙ୍କର ଘନିଷ୍ଠ ବନ୍ଧୁ ବୋଲି କହିଛନ୍ତି।

ଏପରିକି ଭାରତକୁ ମଧ୍ୟ ପ୍ରଶଂସା କରିଛନ୍ତି ପୁଟିନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶଭକ୍ତ କହିବା ସହ ତାଙ୍କର ମେକ ଇଣ୍ଡିଆ ଆଇଡିଆକୁ ପ୍ରଶଂସା କରିଛନ୍ତି । ଏହାଦ୍ବାରା ଭାରତର ଆର୍ଥୀକ, ସାମାଜିକ, ବୈାଦ୍ଧିକ ବିକାଶ ହୋଇଥିବା କହିଛନ୍ତି ପୁଟିନ

 

Leave A Reply

Your email address will not be published.